ଉତ୍ତରାଖଣ୍ଡର ରାଜଧାନୀ ଡେହେରାଡୁନରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂଙ୍କୁ ହଟହଟା ହେବାକୁ ପଡିଛି । ମୁଖ୍ୟମନ୍ତ୍ରୀଙ୍କୁ ହେଲିକପ୍ଟରକୁ ଜିଟିଏସ ହେଲିପ୍ୟାଡରେ ଲ୍ୟାଣ୍ଡ କରିବାକୁ ମନା କରି ଦେଇଥିଲା ସେନା । ଏପରିକି ଯେଉଁ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଲ୍ୟାଣ୍ଡ କରିବାକୁ ଥିଲା ସେଠାରେ ସେନାର କିଛି କର୍ମଚାରୀ ଟିଣ ଡ୍ରମ ରଖି ଦେଇଥିଲେ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ ସେନାର ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏକ କାଯ୍ୟକ୍ରମ ପାଇଁ ସେନା କ୍ୟାମ୍ପ ଭିତରେ ଥିବା ଜିଟିସି ହେଲିପ୍ୟାଡରୁ ଉଡାଣ ଭରିବାର ଥିଲା । ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଜିଟିସି ହେଲିପ୍ୟାଡର ମୁଖ୍ୟଦ୍ୱାର ନିକଟରେ ପହଞ୍ଚଥିଲା ସେଠାରେ ଜଣେ ସେନା ଅଧିକାରୀ ନିଜ ଗାଡି ଧରି ମୁଖ୍ୟମନ୍ତ୍ରୀଙ୍କ ରାସ୍ତା ଅବରୋଧ କରିଥିଲେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ତାଙ୍କୁ ଗାଡି ହଟାଇବାକୁ କହିବାରୁ ସେନା ଅଧିକାରୀ ଜଣକ ଯୁକ୍ତି ତର୍କ ଆରମ୍ଭ କରିଥିଲେ । ଏପରିକି ଏହା ସେନାର ଇଲାକା ବୋଲି ମଧ୍ୟ କହିବାକୁ ପଛାଇନଥିଲେ । କିନ୍ତୁ ଏହା ମୁଖ୍ୟମନ୍ତ୍ରୀଙ୍କ ଗାଡି ଜାଣିବା ପରେ ନିଜ ଗାଡି ହଟାଇ ଥିଲେ ସେନା ଅଧିକାରୀ ।
ମୁଖ୍ୟମନ୍ତ୍ରୀ ହେଲିପ୍ୟାଡ ପାଖରେ ପହଞ୍ଚିବା ପରେ ପୁଣି ଥରେ ତାଙ୍କୁ ସେନା ଅଧିକାରୀଙ୍କ ରୋଷର ଶିକାର ହେବାକୁ ପଡିଥିଲା । ଯେଉଁ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଲ୍ୟାଣ୍ଡ କରିବାକୁ ଥିଲା ସେଠାରେ ସେନାର କିଛି ଅଧିକାରୀ ଦୁଇଟି ଟିଣ ଡ୍ରମ ରଖି ହେଲିକପ୍ଟର ଲ୍ୟାଣ୍ଡିଂରେ ବାଧା ସୃଷ୍ଟି କରିଥିଲେ । କିନ୍ତୁ ପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅନ୍ୟ ସ୍ଥାନରେ ଅବତରଣ କରିଥିଲା । ସେନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।
News Courtesy- AajTak