ଆଜି ପବିତ୍ର ମହାଳୟା । ଧବଳମୁଖୀ ବେଶରେ ଦର୍ଶନ ଦେବେ ମା ସମ୍ବଲେଶ୍ୱରୀ

100

କନକ ବ୍ୟୁରୋ : ଆଜି ପବିତ୍ର ମହାଳୟା । ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା ସମଲେଶ୍ୱରୀ । ବର୍ଷର ଅନ୍ୟଦିନ ଗୁଡିକରେ ମା’ ସିନ୍ଦୁର ବର୍ଣ୍ଣ ରୂପରେ ଦର୍ଶନ ଦେଉଥିବା ବେଳେ ମହାଳୟାରେ ଶ୍ୱେତବର୍ଣ୍ଣା ବା ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି । ପିତୃପକ୍ଷରେ ପିଣ୍ଡଦାନ ବା ପିତୃପୁରୁଷଙ୍କୁ ଶ୍ରାଦ୍ଧ କଲା ପରେ ଗଙ୍ଗା ଦର୍ଶନ କରାଯାଏ । ହେଲେ ଯଦି ଗଙ୍ଗା ଦର୍ଶନ କେହି କରି ନପାରନ୍ତି ତେବେ ମାଙ୍କୁ ଧବଳମୁଖୀ ବେଶରେ ଦର୍ଶନ କଲେ ତାହା ଗଙ୍ଗା ଦର୍ଶନ ବୋଲି ଧରାଯାଏ । ଏପରିକି ଯେଉଁମାନେ ପିଣ୍ଡଦାନ କରି ପାରିନଥାନ୍ତି ଏହି ଦିନରେ ପିଣ୍ଡଦାନ ମଧ୍ୟ କରିଥାନ୍ତି । ୨ ବର୍ଷ ପରେ ପୁଣି ଥରେ ମାଆଙ୍କ ଧବଳମୁଖୀ ଦର୍ଶନ ପାଇଁ ଭିଡ ଲାଗିଛି ।