ଆଜି ମହାଳୟା । ବିଭିନ୍ନ ସ୍ଥାନରେ ପିତୃପୁରୁଷଙ୍କୁ କରାଯାଉଛି ପିଣ୍ଡଦାନ

128

କନକ ବ୍ୟୁରୋ : ଆଜି ମହାଳୟା । ୨ ବର୍ଷ ପରେ ବିନା କଟକଣାରେ ମହାଳୟା ପାଳନ ହେଉଥିବାରୁ ଶ୍ରଦ୍ଧାଳଙ୍କୁ ଭିଡ ଦେଖିବାକୁ ମିଳିଛି । ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ଭଳି ପରମ୍ପରା ଉତ୍କଳିୟ ସଂସ୍କୃତିରେ ଦେଖିବାକୁ ମିଳିଥାଏ । ଭାଗବତ ଜନ୍ମ ପରଦିନ ଠାରୁ ଅର୍ଥାତ ଆଶ୍ୱିନ ପ୍ରତିପଦାରୁ ଆରମ୍ଭ ହୋଇଛି ଅପରପକ୍ଷ । ଆଜି ମହାଳୟା ଅମାବାସ୍ୟାରେ ଅପରପକ୍ଷ ଶେଷ ହୋଇଥିବା ବେଳେ ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି । ବାଇଶିପାହାଚରେ ପିଣ୍ଡଦାନ ପାଇଁ କଟକଣା ଲାଗିଥିବାରୁ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରଣୀ, ମହୋଦଧି ସମେତ ଶ୍ରୀମନ୍ଦିରର ଉତରଦ୍ୱାର ପଟେ ପିଣ୍ଡ ଦାନ ପାଇଁ ବେଶ ଭିଡ ଦେଖିବାକୁ ମିଳିଛି ।

ଆଜି ପବିତ୍ର ମହାଳୟା ଅମାବାସ୍ୟା ସହ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ । ଏହି ଅବସରରେ ମା ବିରଜାଙ୍କ ପାଖରେ ଇନ୍ଦୁପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ ରହିଛି । ୧୫ ଦିନ ହେବ ଶହ ଶହ ଶ୍ରଦ୍ଧାଳୁ ମା ବିରଜାଙ୍କ ପାଖୁ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ କରିଛନ୍ତି । ଆଜି ଶେଷ ଦିନରେ ମଧ୍ୟ ପିଣ୍ଡଦାନ ପାଇଁ ବହୁ ଲୋକଙ୍କ ଭିଡ଼ ଜମିଛି ।