ଚଣ୍ଡିଗଡ ଏମଏମଏସ୍ ମାମଲା: ଅରୁଣାଚଳପ୍ରଦେଶରୁ ସେନା ଯବାନ ଗିରଫ

143

କନକ ବ୍ୟୁରୋ: ଚଣ୍ଡିଗଡ ୟୁନିଭର୍ସିଟି ଏମଏମଏସ୍ ମାମଲାରେ ପଞ୍ଜାବ ପୋଲିସକୁ ମିଳିଛି ଏକ ବଡ ସଫଳତା । ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଜଣେ ସେନା ଯବାନଙ୍କୁ ପୋଲିସ ଅରୁଣାଚଳପ୍ରଦେଶରୁ ଗିରଫ କରିଛି । ଅଭିଯୁକ୍ତ ଯବାନଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ନେବାକୁ ଅପିଲ କରିବ ବୋଲି ସୂଚନା ରହିଛି ।

ସୂଚନା ମୁତାବକ, ଶନିବାର ଅରୁଣାଚଳ ପ୍ରଦେଶର ସୀଲ ପାସ ଏରିଆରୁ ସେନା ଯବାନ ସଞ୍ଜୀବ ସିଂହକୁ ଗିରଫ କରିଛି ପୁଲିସ୍। ଏହି ମାମଲାରେ ତାଙ୍କୁ ମୋହାଲି କୋର୍ଟରେ ହାଜର କରାଯିବ ବୋଲି ଖବର ରହିଛି । ଏହି ମାମଲାରେ ପଞ୍ଜାବ ପୁଲିସ ତଦନ୍ତ କରୁଥିବା ବେଳେ ସେନା ଯବାନଙ୍କର ସମ୍ପୃକ୍ତି ନେଇ ଜଣାପଡ଼ିଥିଲା। ଏହାପରେ ଯବାନଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ଓ ହରିୟାଣା ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରାଯାଇଥିଲା ବୋଲି ସେନା ଯବାନ କହିଛନ୍ତି।ଏହାକୁ ମିଶାଇ ମାମଲାରେ ଏପର୍ୟ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି