ପାଖେଇ ଆସୁଛି ମତଦାନ ତାରିଖ, ଜମୁଛି ପ୍ରଚାର । କାକଟପୁରରେ ତୁଷାକାନ୍ତି ବେହେରା ଓ ନିମାପଡାରେ ସିଦ୍ଧାର୍ଥ ରାଉତରାୟଙ୍କ ଜୋରଦାର ପ୍ରଚାର

386

କନକ ବ୍ୟୁରୋ : ପୁରୀ ଜିଲ୍ଲାର ସବୁଠୁ ଚର୍ଚ୍ଚିତ କାକଟପୁର ସଂରକ୍ଷିତ ବିଧାନସଭା ଆସନ ପାଇଁ ମନ୍ତ୍ରୀ ତୁଷାରକାନ୍ତିଙ୍କୁ ପୁଣି ଭରସା କରିଛି ବିଜେଡି । ତୁଷାରକାନ୍ତିଙ୍କ ନାଁ ଘୋଷଣା ହେବା ପରେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ । ଗୁରୁବାର ୧୦ହଜାକରୁ ଅଧିକ କର୍ମୀଙ୍କୁ ଧରି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଳୁଦଣ୍ଡା ପାଟଣା ଠାରୁ ସାଇକେଲ ରାଲିରେ ନାଚ, ଗୀତ ବାଜା ବାଣ ସହ ଜମିଥିଲା ପ୍ରଚାର ମଇଦାନ । କାକଟପୁରରେ ମାଆ ମଙ୍ଗଳାଙ୍କୁ ଦର୍ଶନ କରିବା ପରେ ଅସ୍ତରଙ୍ଗ ପର୍ଯ୍ୟନ୍ତ ରାଲି କରିଥିଲେ । ଏହିସମୟରେ ଭୋଟ୍ ଭିକ୍ଷା କରିବା ସହ ବିଜେଡି ସରକାର ବିକାଶ କଥା ଦୋହରାଇଥିଲେ ତୁଷାରକାନ୍ତି ବେହେରା ।

ସେପଟେ ନିମାପଡାରେ ମଧ୍ୟ ଉଷ୍ମ ହୋଇଛି ନିର୍ବାଚନୀ ବାତାବରଣ । ବିଜେପି-ବିଜେଡି ପକ୍ଷରୁ ପ୍ରଚାର ଆରମ୍ଭ ହୋଇନଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ପ୍ରଚାର ଆରମ୍ଭ କରିଛନ୍ତି । ଗୋପ ବ୍ଲକରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି । ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି । ରାଜ୍ୟରେ ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସ ୨୦୨୪ରେ ଭଲ ସ୍ଥିତିକୁ ଫେରିବ ବୋଲି ସିଦ୍ଧାର୍ଥ ଆଶା ରଖିଛନ୍ତି ।