ଜଣେ ବିଟେକ୍ ଇଂଜିନିୟରଙ୍କ ସଫଳତାର କାହାଣୀ: ଇଂଜିନିୟରିଂ ଚାକିରି ପରେ କୁକୁଡ଼ା ଚାଷ କରି ପାଲଟିଛନ୍ତି ଜଣେ ସଫଳ ଉଦ୍ୟୋଗପତି

155

କନକ ବ୍ୟୁରୋ: ସଫଳ କୁକୁଡା ଚାଷୀ ସୁଭସ୍ମିତା । କୁକୁଡା ଚିଆଁ ଉତ୍ପାଦନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବି ଟେକ ଇଂଜିନିଅର ଶୁଭସ୍ମିତା । ନିଜେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ ନିଜ ଫାର୍ମରେ ପାଖାପାଖି ୨୦୦ ଜଣକୁ ନିଯୁକ୍ତି ଦେଇ ରୋଜଗାରକ୍ଷମ କରାଇଛନ୍ତି । ଏଭଳି ଏକ ନିଆର ଉଦ୍ୟମ କରି ନାରୀ ବି କୌଣସି ଗୁଣରେ କମ ନୁହନ୍ତି । ଯାହା ପ୍ରାମାଣ କରି ଦେଖାଇଛନ୍ତି ଜଳେଶ୍ୱରର ସୁଭସ୍ମିତା ।

ଜଣେ ବିଟେକ୍ ଇଂଜିନୀୟରଙ୍କ ସଫଳତାର କାହାଣୀ .. ଇଂଜିନିୟରିଂ ଚାକିରି ପରେ ଏବେ ପାଲଟିଛନ୍ତି ଜଣେ ସଫଳ ଉଦ୍ୟୋଗପତି । ଏଭଳି ଜଣେ ସଫଳ ମହିଳା ହେଉଛନ୍ତି ବାଲେଶ୍ୱର ରାମନଗର ପାଟଣାର ସନ୍ତୋଷ ପ୍ରଧାନଙ୍କ ଝିଅ ଶୁଭସ୍ମିତା । ବିଟେକ ପାସ କରିବା ପରେ ବାଙ୍ଗାଲୋରରେ ଇଞ୍ଜିନିୟରିଂ ଚାକିରି କରୁଥିଲେ । ଭାବିଥିଲେ ଭଲ ଚାକିରି କରି ନିଜେ ସେଥିରେ ସେଟେଲମେଂଟ ହେବେ । ମାତ୍ର ଏହି ଭାବନା ତାଙ୍କର ବେଶିଦିନ ରହିନଥିଲା । ସେ ଟାଣି ହୋଇ ଆସିଥିଲେ ବ୍ୟସ୍ତ ବହୁଳ ଜିବନର ପରିଧି ଭିତରକୁ । ବାଙ୍ଗାଲୋରରେ ଚାକିରି ସମୟରେ ୨୦୧୫ ମସିହାରେ ଗୋଟିଏ ସଡକ ଦୁର୍ଘଟଣାରେ ତାଙ୍କ ବାପାଙ୍କ ସମେତ ପୁରା ପରିବାର ଗୁରୁତର ଆହାତ ହୋଇଥିଲେ ।

ସୁଭସ୍ମିତାଙ୍କର କେହି ଭାଇ ନଥିବାରୁ ସେ ସମୟରେ ବାପାଙ୍କ ବ୍ୟବସାୟ ବୁଝାବଣା କରିବା ପାଇଁ କେହି ନଥିଲେ । ବାଧ୍ୟ ହୋଇ ସେ ଚାକିରିଛାଡି ବ୍ୟବସାୟ କଥା ବୁଝିବା ପାଇଁ ଅଂଟା ଭିଡିଥିଲେ । ଏହାରି ଭିତରେ ବିତିଯାଇଛି ୭ ବର୍ଷ, ଆଉ ବାପା ମାତ୍ର ୫୦ ହଜାର ଟଙ୍କାରେ ଆରମ୍ଭ କରିଥିବା କୁକୁଡା ଫାର୍ମ ଏବେ ୪୦ କୋଟି ଟଙ୍କାର ବିରାଟ ଉଦ୍ୟୋଗରେ ପରିଣତ ହୋଇଛି । ବ୍ୟବସାୟ ଯୋଗୁଁ କେବଳ ସେ ସ୍ୱାବଲମ୍ବୀ ହୋଇଛନ୍ତି ତାହା ନୁହେଁ । ଏହା ଉପରେ ୨୦୦ରୁ ଉଦ୍ଧ୍ୱର୍ ଲୋକ ନିଯୁକ୍ତି ପାଇଛନ୍ତି । ଏହି ଫାର୍ମରୁ କୁକୁଡା ଚିଆଁ ଏବଂ ଅଣ୍ଡା ନେଇ ଏକ ହଜାରରୁ ଉଦ୍ଧ୍ୱର୍ ବ୍ୟବସାୟ କରି ଉପକୃତ ହୋଇ ପାରିଛନ୍ତି ।

ଶୁଭସ୍ମୀତାସଙ୍କ ଏହି ସଫଳତା ପଛରେ ରହିଛି ତାଙ୍କ ବାପା ସନ୍ତୋଷଙ୍କ ହାତ । ସନ୍ତୋଷ ଚାଟାର୍ଡ ଆକାଉଟାଂଟ ପାସ କରିବା ପରେ କଲିକତାର ଏକ କମ୍ପନୀର ଉଚ୍ଚ ଦରମାରେ ଚାକିରି କରୁଥିଲେ । ପରିବାରର ବୋଝ ଏବଂ ବାପା ମାଆଙ୍କ ପାଇଁ ଚାକିରି ଛାଡି ଘରକୁ ଆସିବା ପାଇଁ ବାଧ୍ୟ ହେଲେ । ପ୍ରଥମେ ସେ ୫୦ ହଜାର ଟଙ୍କାରେ ଆରମ୍ଭ କରିଥିଲେ ହେଚେରି ଫାର୍ମ । ପ୍ରଥମେ କୁକୁଡା ଛୁଆ ଆଣି ଜଳେଶ୍ୱର, ବାଲେଶ୍ୱର ଏବଂ ପଡୋଶୀ ପଶ୍ଚିମବଙ୍ଗରେ ବ୍ୟବସାୟ କରୁଥିଲେ ।

ଏହାପରେ ଚାଇନାର ଜଣେ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସି ନିଜେ କୁକୁଡା ଛୁଆ ଉତ୍ପାଦନ ୟୁନିଟ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ନାକିଚୁଆଁରେ ଡାଇମଣ୍ଡ ଏଗ୍ର ଭେଟ ନାମରେ କୁକୁଡା ଛୁଆ ୟୁନୀଟ ଆରମ୍ଭ କରିଥିଲେ । ସେ ୟୁନିଟ ମଧ୍ୟ ଭଲ ଚାଲୁଥିଲା ତେବେ କିଛିବର୍ଷ ପରେ ସଡକ ଦୁର୍ଘଟଣାରେ ସନ୍ତୋଷ ଏବଂ ତାଙ୍କ ପରିବାର ଆହାତ ହେବା ପରେ ବାଙ୍ଗାଲୋରରେ ଇଞ୍ଜିନିୟରିଂ ଚାକିରି କରୁଥିବା ଶୁଭସ୍ମିତା ବାପାଙ୍କ ବ୍ୟବସାୟ ବୁଝାବଣା କରିବା ପାଇଁ ଚାକିରି ଛାଡି ବ୍ୟବସାୟ କଥା ବୁଝିଲେ । ଏହି ୟୁନିଟ ଦୃତ ଗତିରେ ବଢି ଚାଲିଲା । ଏବେ ସେଠାରେ ୭୨ ହଜାର କୁକୁଡା ରହୁଛନ୍ତି । ଦୈନିକ ୪୦ ହଜାର ଅଣ୍ଡା ଉତ୍ପାଦନ ହେଉଛି ।

ଣ୍ଡା ଗୁଡିକରୁ ଛୁଆ ଫୁଟାଇବା ପାଇଁ ଜଳେଶ୍ୱର ବ୍ଲକ ସୁଗୋ ନିକଟରେ ଆଉ ଏକ ପ୍ରସେସିଂ ୟୁନିଟ କରି ଛୁଆ ଫୁଟା ଯାଉଛି । ଏବେ ଏହି ୟୁନିଟରୁ ଦୈନିକ ୩୩ ହଜାର ଛୁଆ ଉତ୍ପାଦନ ହେଉଛି । ଏହି କୁକୁଡା ଛୁଆ ଗୁଡିକୁ ଓଡିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଆଶାମ, ଛତିଶଗଡ ଆଦି ସ୍ଥାନକୁ ରପ୍ତାନୀ କରାଯାଉଛି । ଏହି ୟୁନିଟରୁ ରେନବୋ ରୁଷ୍ଟର, ରେନବୋ କଲର ବ୍ରୟେଲର, ବ୍ରାଉନ ଲେୟର, ଡକଲିଂ ୩ଟି ବ୍ରାଣ୍ଡର କୁକୁଡା ଏବଂ ଗୋଟିଏ ବ୍ରାଣ୍ଡର ବତକ ଛୁଆ ଉତ୍ପାଦନ ହେଉଛି ।