ଡଙ୍ଗାରେ ପାଠଗାର: ଭିତରକନିକା ଡାଙ୍ଗମାଳଠାରେ ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ହୋଇଛି ବୋଟ୍ ଲାଇବ୍ରେରୀ

104

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ବୋଟ ଲାଇବ୍ରେରୀ । ଜାତୀୟ ଉଦ୍ୟାନ ଭିତରକନିକାର ଡାଙ୍ଗମାଳଠାରେ ବୋଟ ଲାଇବ୍ରେରୀ ଉଦ୍ଘାଟିତ ହୋଇଛି । କନିକା ସୁନ୍ଦରୀ ବୋଟକୁ ନୂଆ ରୂପ ଦିଆଯାଇଛି । ଡଙ୍ଗା ଭିତରେ ଥାକ କରି  ବିଭିନ୍ନ ବହି ରଖା ଯାଇଛି । ଭିତରକନିକା ପଶୁ ପକ୍ଷୀ, ବୃକ୍ଷଲତା, ଲୁଣା ଜଙ୍ଗଲ ସମେତ ନଦୀ ନାଳ ଓ ବିଭିନ୍ନ ଅଭୟାରଣ୍ୟ ସଂପର୍କିତ ତଥ୍ୟ ଏହି ସବୁ ବହି ରହିଛି । ଯାହାକୁ ପଢି ପର୍ଯ୍ୟଟକମାନେ ଭିତରକନିକା ସଂପର୍କରେ ଜ୍ଞାନ ଆହୋରଣ କରିପାରିବେ । ଏହା ଛଡା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଛୋଟଛୋଟ ଉପାଦେୟ ବହି ରହିଛି । ପର୍ଯ୍ୟଟକ ଓ ଛାତ୍ରଛାତ୍ରୀମାନେ ବୋଟ ଭିତରକୁ ଯାଇ ନିଜ ପସନ୍ଦର ବହି ଆଣି ପଢି ପାରିବେ । ଡାଙ୍ଗମାଳ ଠାରେ ବନବିଭାଗ କ୍ୟାଂଟିନ ନିକଟରେ ଏହି ବୋଟ୍ ଲାଇବ୍ରେରୀ ରଖାଯାଇଛି । ବୋଟ ଲାଇବ୍ରେରୀ ସମ୍ମୁଖରେ ସିମେଂଟରେ କାଠ ସଦୃଶ୍ୟ ଚେୟାର ନିର୍ମାଣ କରାଯାଇଛି । ସେଠାରେ ବସି ପର୍ଯ୍ୟଟକମାନେ ବହି ପଢି ଜ୍ଞାନ ଆହୋରଣ କରିପାରିବେ ।