ନିଇତି ଡରାଉଛି ଡହଡହ ଖରା । ୪୪.୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ।

259

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଗରମ ଓ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକୁଛି ଜନଜୀବନ । ତାତି ଏତେ ହେଉଛି ଯେ କମିବାର ନାଁ ନେଉନି । ଆଉ ଏତିକି ବେଳେ ଝାଞ୍ଜି ପବନରେ ଜଳି ପୋଡି ଯାଉଛି ଦେହ । ତାତି ପ୍ରତି ଦିନ ରେକର୍ଡ କରୁଛି । ଆଜି ୧୨ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଡେଇଁଛି ।

ବୌଦ୍ଧ- ୪୪.୫ ଡିଗ୍ରୀ, ନୂଆପଡା ଓ ବଲାଙ୍ଗୀର- ୪୪ ଡିଗ୍ରୀ, ବାରିପଦା- ୪୩.୮ ଡିଗ୍ରୀ, ଟିଟିଲାଗଡ- ୪୩.୬ ଡିଗ୍ରୀ, ଯାଜପୁର- ୪୩. ୬ ଡିଗ୍ରୀ, ସମ୍ବଲପୁର- ୪୩. ୬ ଡିଗ୍ରୀ, ହୀରାକୁଦ- ୪୩.୬ ଡିଗ୍ରୀ, ଝାରସୁଗୁଡା- ୪୩.୬୫ ଡିଗ୍ରୀ ଓ ଭୁବନେଶ୍ୱର- ୪୦. ୫ ଡିଗ୍ରୀ ଥିବା ବେଳେ ୪୪.୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ପାଲଟିଛି ।