ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ବିଜେଡି ପାଇଁ ଭୋଟ ଅପିଲ, କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ

74

କନକ ବ୍ୟୁରୋ : ଗୁରୁବାର କୋରାପୁଟ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଜନସଭା କରିବା ପରେ, ଶୁକ୍ରବାର ନବରଂଗପୁର ସଂସଦୀୟ କ୍ଷେତ୍ରରେ ମାରାଥନ ପ୍ରଚାର କରିଛନ୍ତି ଭି.କେ. ପାଣ୍ଡିଆନ   । ଉମରକୋଟ, ଝରିଗାଁ, ମୈଦଲପୁର, ପୂଜାରିଗୁଡାରେ ଜନସଭାରେ ସାମିଲ ହୋଇ ବିଜେଡି ପାଇଁ ଭୋଟ ମାଗିଛନ୍ତି । ଶଂଖ ଚିହ୍ନରେ ଭୋଟ ଦେଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି ।

ନିର୍ବାଚନୀ ସଭାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ମହିଳା ପ୍ରସଙ୍ଗ ଉଠାଇ କଡା ସମାଲୋଚନା କରିଛନ୍ତି । ଅଭିଯୋଗ କରି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମିଶନ ଶକ୍ତିକୁ ବିରୋଧ କରୁଛନ୍ତି । ଏସଏଚଜି ମହିଳାଙ୍କ ଦୁବାଇ ଗସ୍ତ ବନ୍ଦ କରିଛନ୍ତି । ଏଥିସହ ନବରଂଗପୁରରେ କାହିଁକି ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ କରିପାରିନାହାନ୍ତି, ସେନେଇ ପ୍ରଶ୍ନ କରିଛନ୍ତି ।
ପାଣ୍ଡିଆନଙ୍କ ଗସ୍ତ ସମୟରେ ଦେଖିବାକୁ ମିଳିଥିଲା କେତେକ ରୋଚକ ଦୃଶ୍ୟ । ବହୁ ସଂଖ୍ୟାରେ ଲୋକ ତାଙ୍କ ସହ ହାତ ମିଳାଇବା ସହ ସେଲଫି ଉଠାଇଥିଲେ । ପାଣ୍ଡିଆନ ନିଜ ଆଡୁ ମଧ୍ୟ ଲୋକମାନଙ୍କ ସହ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା । ଏହି ସଭାରେ ଉପସ୍ଥିତ ଥିବା ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ମଧ୍ୟ ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ।  ଅନ୍ୟପଟେ ବିଜେଡିର ଟାର୍ଗେଟ କରି ପାଲଟା ପ୍ରଶ୍ନ କରିଛନ୍ତି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ।

ଉମରକୋଟକୁ ପାଣ୍ଡିଆନ ପ୍ରଚାର କରିବାକୁ ଯାଇଥିବାବେଳେ ଆଉ ଏକ ରୋଚକ ଦୃଶ୍ୟ ସାମନାକୁ ଆସିଥିଲା । ସେ ଯାଇଥିବା ହେଲିକପ୍ଟରକୁ ମାଜିଷ୍ଟ୍ରେଟ ଉପସ୍ଥିତିରେ ଯାଂଚ କରିଛନ୍ତି ଫ୍ଲାଇଙ୍ଗ ସ୍କାର୍ଡ ।