ସାବଧାନ ! ଆହୁରି ୨ ଡିଗ୍ରୀ ବଢିପାରେ ତାତି । ୪ରୁ ୫ ଦିନ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଆଶଙ୍କା ।

163

କନକ ବ୍ୟୁରୋ: ସାବଧାନ ! ୪୮ ଘଣ୍ଟାରେ ଆହୁରି ବଢିପାରେ ତାତି । କିଛି ସ୍ଥାନରେ ଦିନର ତାପମାତ୍ରା ଆହୁରି ୨ ଡିଗ୍ରୀ ବଢିପାରେ । ୪ରୁ ୫ ଦିନ ଯାଏଁ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବା ନେଇ ଆଶଙ୍କା ।

ସେପଟେ ଅସହ୍ୟ ଗରମରେ ଜନଜୀବନ ଛଟପଟ ହେଉଥିବା ବେଳେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାତି କରିବ କଲବଲ । ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ । ବିଭିନ୍ନ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଖରାରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ । ଏନେଇ ସରକାରଙ୍କ ପକ୍ଷରୁ ଲୋକଙ୍କୁ କଲ ଓ ମେସେଜ୍ ମଧ୍ୟ କରାଯାଉଛି ।

 

ଏପଟେ ଆଜି ୪୪ .୬ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି । ବୌଦ୍ଧ- ୪୪.୫ ଡିଗ୍ରୀ, ନୂଆପଡା ଓ ବଲାଙ୍ଗୀର- ୪୪ ଡିଗ୍ରୀ, ବାରିପଦା- ୪୩.୮ ଡିଗ୍ରୀ, ଟିଟିଲାଗଡ- ୪୩.୬ ଡିଗ୍ରୀ, ଯାଜପୁର- ୪୩. ୬ ଡିଗ୍ରୀ, ସମ୍ବଲପୁର- ୪୩. ୬ ଡିଗ୍ରୀ, ହୀରାକୁଦ- ୪୩.୬ ଡିଗ୍ରୀ, ଝାରସୁଗୁଡା- ୪୩.୬୫ ଡିଗ୍ରୀ ଓ ଭୁବନେଶ୍ୱର- ୪୦. ୫ ଡିଗ୍ରୀ ରେକର୍ଡ କରାଯାଇଛି ।