ଇଭିଏମରେ ସିଲ୍ ହେଲା ରାହୁଲ ଗାନ୍ଧୀଙ୍କ ଭାଗ୍ୟ । ଦେଶର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୮୮ ଲୋକସଭା ଆସନରେ ପଡିଲା ଭୋଟ୍

115

କନକ ବ୍ୟୁରୋ : ବାମପନ୍ଥୀଙ୍କ ଗଡ କୁହାଯାଉଥିବା କେରଳର ୨୦ଟି ଲୋକସଭା ଆସନରେ ଭୋଟ୍ ପଡିଛି । ଯେଉଁଥିରେ ରହିଛି ବିରୋଧୀ କଂଗ୍ରେସର ପ୍ରମୁଖ ଚେହେରା ରାହୁଲ ଗାନ୍ଧୀଙ୍କ ଲୋକସଭା ଆସନ ୱାୟନାଡ । ୟୁପି ଆମେଠିରୁ ଗତଥର ହାରିବା ପରେ ଦ୍ୱିତୀୟ ଥର ସାଂସଦ ହେବା ପାଇଁ ୱାୟନାଡରୁ ଭାଗ୍ୟ ପରୀକ୍ଷା କରିଛନ୍ତି । ବିରୋଧୀ ଇଣ୍ଡିଆ ମେଂଟ ଦେଶର ବିଭିନ୍ନ ସ୍ଥାନରେ ଆସନ ବୁଝାମଣା କରିଛି । ହେଲେ ୱାଏନଡରେ ବିରୋଧୀ ମେଂଟର ଦୁଇ ଦଳ କଂଗ୍ରେସର ରାହୁଲ ଗାନ୍ଧୀ ଏବଂ ସିପିଆଇର ପ୍ରାର୍ଥୀ ଆନ୍ନି ରାଜା ମୁହାଁମୁହିଁ ହୋଇଛନ୍ତି । ସେହିପରି ବିଜେପିରୁ କେରଳ ସଭାପତି କେ ସୁରେନ୍ଦ୍ରନ ପ୍ରାର୍ଥୀ ହୋଇଛନ୍ତି । ଏହି ଲୋକସଭାରେ ଅଳ୍ପ ସଂଖ୍ୟକଙ୍କ ସଂଖ୍ୟା ଗରିଷ୍ଠତା ରହିଥିବାରୁ ଏଥର ଲଢେଇ ଜୋରଦାର ହେବ ବୋଲି କୁହାଯାଇଛି । କେବେଳ ରାହୁଲ ନୁହନ୍ତି ଚଳିତ ପର୍ଯ୍ୟାୟରେ ମୋଦୀ ସରକାରର ୪ଜଣ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ପ୍ରହଲ୍ଲାଦ ଯୋଶୀ, ଗଜେନ୍ଦ୍ର ସିଂହ ଶେଖାୱତ, ଭି. ମୁରଲୀଧରନ୍ ସହିତ କଂଗ୍ରେସର ଶଶୀ ଥରୁର, କେ.ସି ଭେନୁଗୋପାଳଙ୍କ ସମେତ ଓମ୍ ବିର୍ଲ, ହେମା ମାଳିନୀ, ବୈଭବ ଗେହଲୋଟଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।

ଉଭୟ ବିଜେପି ଓ ବିରୋଧୀଙ୍କ ପାଇଁ ଏହି ପର୍ଯ୍ୟାୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ହେଉଛି କର୍ଣ୍ଣାଟକ ଓ କେରଳ । କାରଣ ୩୭୦ ଆସନ ପୂରଣ କରିବାକୁ ହେଲେ ବିଜେପି ଦକ୍ଷିଣ ଓ ପୂର୍ବରୁ ନେତା ସଂସଦକୁ ନିର୍ବାଚିତ ହେବା ଆବଶ୍ୟକ । ୨୦୧୯ରେ କର୍ଣ୍ଣାଟକର ୨୮ଟି ଲୋକସଭା ଆସନରୁ ବିଜେପି ୨୫ଟି ରେ ବିଜୟୀ ହୋଇଥିଲେ ମଧ୍ୟ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିଛି । ସେହିପରି ଦକ୍ଷିଣରେ ବିଜେପି କେରଳ ରାଜନୀତିରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଓ ଭି ମୁରଲୀଧରନଙ୍କୁ ପ୍ରାର୍ଥୀ କରି ଦଳ ରାଜ୍ୟରେ ଖାତା ଖୋଲିବାକୁ ଆଶା ରଖିଛି । ସେହିପରି ବିରୋଧୀଙ୍କ ପାଇଁ କେରଳ ଏକ ବଡ଼ ଆଶା । ଯଦିଓ ଦକ୍ଷିଣ ରାଜ୍ୟରେ ବାମପନ୍ଥୀ ଓ କଂଗ୍ରେସ ପରସ୍ପର ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ତଥାପି ଉଭୟଙ୍କ ବିଜୟ ବିରୋଧୀ ଦଳ ବିଜେପିର ସଂଖ୍ୟା ବଢ଼ାଇବ । କେରଳ ସେହି ଅଳ୍ପ କେତୋଟି ରାଜ୍ୟ ମଧ୍ୟରୁ ଅନ୍ୟତମ ଯେଉଁଠାରେ ବିଜେପିର କୌଣସି ସଦସ୍ୟ ସଂସଦକୁ ନିର୍ବାଚିତ ହୋଇନାହାନ୍ତି   ।

ସାରା ଦେଶରେ ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ ଶାସିତ ଅଂଚଳରେ ମୋଟ୍ ୮୮ଟି ଲୋକସଭା ଆସନରେ ସୁରୁଖୁରରେ ନିର୍ଦ୍ଦିଷ୍ଟ ନିମୟ ଭିତେ ର ମତଦାନ ହୋଇଛି । ୨୦୧୯ରେ ଦଳ ୩୦୩ଟି ଆସନ ରେ ବିଜୟୀ ହୋଇଥିଲା, ସେଥିମଧ୍ୟରୁ ଅଧିକାଂଶ ହିନ୍ଦୀ ହାର୍ଟଲ୍ୟାଣ୍ଡ ଏବଂ ଗୁଜରାଟ ଓ ଉତର-ପୂବ ର୍ ସମେତ ନୂଆ ଓ ପୁରୁଣା ଗଡ଼ରୁ ଆସିଥିଲା । ତେବେ କଂଗ୍ରେସ ୨୦୧୯ ତୁଳନାରେ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଦାବି କରିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଶେଷ କରି ରାଜସ୍ଥାନ ଓ ପଶ୍ଚିମ ୟୁପିରେ ଏହି ଦାବି ଜୋର ଧରିଛି ।