କନକ ବ୍ୟୁରୋ : ସଂଯୁକ୍ତ ପ୍ରବେଶିକା ପରୀକ୍ଷା (ଜେଇଇ) ଫଳାଫଳ ପ୍ରକାଶ ପାଇବା ପରେ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ଖେଳି ଯାଇଛି ଖୁସିର ଲହରି । ସମ୍ବଲପୁର ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ର ଅକ୍ଷତ ଅଗ୍ରୱାଲ, ୯୮.୫ ପ୍ରତିଶତ, ମହମ୍ମଦ ଅକମଲ ୯୮.୭୬ ପ୍ରତିଶତ, ଗୁନଗୁନ୍ ଅଗ୍ରୱାଲ ୮୪ ପ୍ରତିଶତ ଏବଂ ଅନୁସୂଚିତ ଜାତି ଶ୍ରେଣୀଭୁକ୍ତ ଗାୟତ୍ରୀ ମାଝୀ ୪୭ ପ୍ରତିଶତ ନମ୍ବର ରଖି ସଫଳତା ହାସଲ କରିଛନ୍ତି । ଏହି ସଫଳତା ପାଇଁ ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ଏହାର ସହଯୋଗୀ ଅନୁଷ୍ଠାନ ହେକ୍ସାମାଇଣ୍ଡ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ଛାତ୍ରଛାତ୍ରୀମାନେ କେବଳ ଅନୁକରଣୀୟ ଶିକ୍ଷା ପ୍ରଣାଲୀର ପ୍ରଗତି କରିଛନ୍ତି , ବିପରିତ ପରିସ୍ଥିତିକୁ ମଧ୍ୟ ନିଜ ବିକଶିତ ଜ୍ଞାନ କୌଶଳ ସହ ମୁକାବିଲା କରି ସଫଳତା ହାସଲ କରିଛନ୍ତି । ଏହି ସଫଳତା ଦିଲ୍ଲୀ ପବ୍ଲିକ ସ୍କୁଲ, ସମ୍ବଲପୁର ଏବଂ ହେକ୍ସାମାଇଣ୍ଡ, ରାୟପୁରଙ୍କ ସହଯୋଗ ଏବଂ ଲକ୍ଷ୍ୟ ହାସଲ ପାଇଁ ଦୃଢ ପ୍ରତିବଦ୍ଧତାର ନିଦର୍ଶନ ମାତ୍ର ।