ଆଜି ସରିବ ଗୋପାଳ ଦାସର ୪ ଦିନିଆ ରିମାଣ୍ଡ ଅବଧି : ପୁଣି ରିମାଣ୍ଡରେ ନେବ କି ନାହିଁ କ୍ରାଇମବ୍ରାଞ୍ଚ ମିଳିନି ସ୍ପଷ୍ଟ ସୂଚନା

113

କନକ ବ୍ୟୁରୋ : ନବ ଦାସଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସର ଆଜି ସରିବ ୪ ଦିନିଆ ରିମାଣ୍ଡ ଅବଧି । କ୍ରାଇମବ୍ରାଞ୍ଚ ପୁଣି ତାଙ୍କୁ ରିମାଣ୍ଡରେ ନେବ କି ନାହିଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଗତ ୧ ତାରିଖରୁ ଗୋପାଳଙ୍କୁ ରିମାଣ୍ଡରେ ଆଣି ତନାଘନା କରୁଛି କ୍ରାଇମବ୍ରାଞ୍ଚ । ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ହେଲେ ଏଯାଏଁ ହତ୍ୟାର କାରଣ କ’ଣ ତାହା ଜଣାପଡ଼ିନାହିଁ । ଅଧିକ ତଦନ୍ତ ପାଇଁ ପୁଣି ଥରେ ଗୋପାଳ ଦାସଙ୍କୁ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ । ସେହିପରି ଗୋପାଳ ଦାସଙ୍କୁ କ୍ରାଇମସ୍ପଟକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗୋପାଳଙ୍କ ଲିଙ୍କରେ ଯେଉଁମାନେ ରହିଛନ୍ତି ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି ।

ଚିରା କାଗଜକୁ ଚିହ୍ନିଲା ମନ୍ତ୍ରୀଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ । ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଟଏଲେଟରୁ ମିଳିଥିବା ୨୨ ଟୁକୁଡ଼ା ଚିରା କାଗଜକୁ ଚିହ୍ନିଛି ଗୋପାଳ କୃଷ୍ଣ ଦାସ । କାଗଜରେ ଲେଖାଥିବା ଅକ୍ଷର ତାର ବୋଲି ଚିହ୍ନଟ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଧିକ ଯାଞ୍ଚ ପାଇଁ ହେଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ଗାନ୍ଧୀଛକରେ ଥିବା ସରକାରୀ ବାସଭବନରୁ କିଛି ହାତଲେଖା କାଗଜ ଏବଂ ଡାଏରୀ ମିିଳିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ସରକାରୀ କ୍ୱାର୍ଟରୁ ମିଳିଥିବା କାଗଜ ଓ ଡାଏରୀର ସ୍କ୍ରୁଟିନି କରାଯିବ ବୋଲି ଜଣାପଡ଼ିଛି ।