ଅଦାନୀ ଗ୍ରୁପକୁ ବ୍ୟାଙ୍କ ଋଣ ପ୍ରସଙ୍ଗରେ ଆଶ୍ୱସ୍ତ କଲା ରିଜର୍ଭ ବ୍ୟାଙ୍କ୍: କହିଲା, ଦେଶରେ ସ୍ଥିର ଓ ସଚଳ ଅଛି ବ୍ୟାଙ୍କ ବ୍ୟବସ୍ଥା

2,148

କନକ ବ୍ୟୁରୋ: ଭାରତୀୟ ବ୍ୟାଙ୍କଗୁଡିକର ସ୍ଥିତି ଭଲ ଅଛି । ଅଦାନୀ ଝଡ଼ ଯୋଗୁଁ ସେୟାର ବଜାରରେ ଅସ୍ଥିରତା ଦେଖା ଦେଇଥିବା ବେଳେ ବ୍ୟାଙ୍କ ସଂପର୍କରେ ଏଭଳି ମନ୍ତବ୍ୟ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଦାନୀ ଗ୍ରୁପକୁ ଏସବିଆଇ, ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ସମେତ କିଛି ରାଷ୍ଟ୍ରାୟତ ବ୍ୟାଙ୍କ ବିପୁଳ ପରିମାଣ ରୁଣ ଦେଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଏବଂ ଆଶଙ୍କା ପାଇଥିଲା ଯେ ଅଦାନୀ ଗ୍ରୁପ ଭଳି ଭାରତୀୟ ବ୍ୟାଙ୍କ ମଧ୍ୟ ପ୍ରଭାବିତ ହେବେ । ତେବେ ଆରବିଆଇ ଶୁଣାଇଛି ଆଶ୍ୱସ୍ତବାଣୀ । ବିଜ୍ଞପ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ବ୍ୟାଙ୍କଗୁଡିକର ଆର୍ଥିକ ସ୍ୱାସ୍ଥ୍ୟ ଠିକ୍ ରହିଛି । ଭାରତୀୟ ବ୍ୟାଙ୍କିଙ୍ଗ୍ ସେକ୍ଟର ଓ ସମସ୍ତ ବ୍ୟାଙ୍କଗୁଡିକ ଉପରେ କଡ଼ା ନଜର ରଖାଯାଇଛି । ୫ କୋଟି କିମ୍ବା ତା’ଠାରୁ ଅଧିକ ଟଙ୍କା ରୁଣର ଡାଟା-ବେସ୍କୁ ତଦାରଖ କରାଯାଉଛି । ଆରବିଆଇ କହିଛି, ବ୍ୟାଙ୍କଗୁଡିକ ଭଲ ସ୍ଥିତିରେ ଅଛନ୍ତି । କ୍ୟାପିଟାଲ୍, ଆସେଟ୍ କ୍ୱାଲିଟି, ଲିକ୍ୟୁଡିଟି ଭଳି ପାରାମିଟର ଉନ୍ନତମାନର ରହିଛି । ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ନିୟମିତ ଭାବେ ମନିଟରିଂ କରାଯାଉଥିବା କହିଛି କେନ୍ଦ୍ରୀୟ ବ୍ୟାଙ୍କ ।