କମ୍ପିବ ପ୍ରଚାର ମୈଦାନ ,କାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଓ ବିଜେପିର ଦୁଇ ହେଭିୱେଟ୍ ନେତା ।

216

କନକବ୍ୟୁରୋ :ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତସୂଚୀ ଜାରି କରାଯାଇଛି । କାଲି ଦିନ ୧୧ଟା ୩୦ରେ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିଆସିବେ ।

୨ଟା ୨୫ରେ ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଦାମନଡିୟୁ ଯିବାର କାର୍ଯ୍ୟକ୍ରମ ରହିଛି । ସାଲେପୁରରେ ରାହୁଲ ଗାନ୍ଧୀଙ୍କ ସଭାରେ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ଅଂଚଳରୁ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେବେ । ସେହିପରି ଉପକୂଳ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ସେହିପରି କାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ବ୍ରହ୍ମପୁର ଆମ୍ବପୁଆରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏହା ପରେ ସେ ନବରଙ୍ଗପୁର ଯାଇ କର୍ମକର୍ତାଙ୍କ ବୈଠକରେ ସାମିଲ ହେବେ । ନଡ୍ଡାଙ୍କ ଗସ୍ତ ସୂଚୀ ସାମ୍ନାକୁ ଆସିନଥିବା ବେଳେ ଆସନ୍ତାକାଲି ଅପରାହ୍ଣରେ ସେ ବ୍ରହ୍ମପୁରରେ ପହଂଚିବେ ବୋଲି ଜଣାପଡ଼ିଛି । ବିଜେଡିର ଗଡ଼ କୁହାଯାଉଥିବା ଗଞ୍ଜାମରେ ପଦ୍ମ ଫୁଟାଇବାକୁ ରଣନୀତି କରିଛି ବିଜେପି । ନଡ୍ଡାଙ୍କ ସଭାରେ ବ୍ରହ୍ମପୁର ଓ ଆସ୍କା ଲୋକସଭା ପ୍ରାର୍ଥୀଙ୍କ ସହ ଏହା ଅଧିନରେ ଆସୁଥିବା ସମସ୍ତ ବିଧାନସଭା ପ୍ରାର୍ଥୀ ମଧ୍ୟ ଉପସ୍ଥିତ ରହିବେ ।