ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ଭୟଙ୍କର ଦୁର୍ଘଟଣା । ଯୁବତୀଙ୍କୁ ଧକ୍କା ଦେଇ ଘର ଉପରକୁ ମାଡିଗଲା ଟ୍ରକ ।

234

କନକ ବ୍ୟୁରୋ: ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯୁବତୀଙ୍କୁ ଧକ୍କା ଦେଲା ଅମାନିଆ ଟ୍ରକ୍ । ଯୁବତୀଙ୍କୁ ଧକ୍କା ଦେବା ପରେ ଘର ଭିତରକୁ ପଶିଗଲା । ନମିତା ନାମକ ଯୁବତୀ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପଛପଟୁ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଏହା ପରେ ଟ୍ରକ୍ଟି ଜଣଙ୍କ ଘର ଭିତରକୁ ପଶିଯାଇଥିଲା । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଉରକେଲା ଆଇଜିଏଚ ଭର୍ତିରେ କରାଯାଇଥିଲା । ଏହା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଏବେ ଯୁବତୀ ଜଣଙ୍କ କୋମାରେ ଥିବା ଜଣାପଡ଼ିଛି ।