ସରଗରମ ଜୟପୁର ରାଜନୀତି । ତାରା ବାହିନୀପତି ଓ ରବି ନନ୍ଦ ମୁହାଁମୁହିଁ, ପେପର ମିଲକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବୟାନବାଜି ।

153

କନକ ବ୍ୟୁରୋ: ସରଗରମ ଜୟପୁର ରାଜନୀତି । ପୁଣି ତାରା-ରବି ମୁହାଁମୁହିଁ । ନିର୍ବାଚନ ପୂର୍ବରୁ ଦୁଇ ପ୍ରମୁଖ ନେତାଙ୍କ ବୟାନବାଜିକୁ ନେଇ ଜୟପୁର ରାଜନୀତି ସରଗରମ । ବିଶେଷ କରି ପେପର ମିଲ୍ ସମସ୍ୟାକୁ ନେଇ ତାରା ବାହିନୀପତି ଓ ରବି ନନ୍ଦ ମୁହାଁମୁହିଁ ହୋଇଛନ୍ତି । ଗତକାଲି ଜୟପୁରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡିର କିଛି କର୍ମୀ କଂଗ୍ରେସରେ ଓ କଂଗ୍ରେସର କିଛି କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଏହି ସମୟରେ ଉଭୟ ଉଭୟଙ୍କୁ କଟାକ୍ଷ କରିଥିଲେ । ରବି ନନ୍ଦ କହିଥିଲେ ବିଜେଡି ମହିଳାଙ୍କୁ ସମ୍ମାନ ଦିଏ, ତେଣୁ ବିଜେଡିରେ ମହିଳାଙ୍କ ସଂଖ୍ୟା ଅଧିକ । ନାମାଙ୍କନ ସମୟରେ ମହିଳାଙ୍କ ବଳ ଦେଖିଲା ସାରା ସହର ଓ ନିର୍ବାଚନ ମଣ୍ଡଳୀ । ଗତ ୧୦ ବର୍ଷରେ ବିଧାୟକ କିଛି କରିନାହାନ୍ତି, ଫଳରେ ପେପର ମିଲ ବନ୍ଦ ହେବାକୁ ବସିଲାଣି ବୋଲି କହିଥିଲେ ରବି ନନ୍ଦ । ଏହାର ଜବାବରେ ତାରା କହିଥିଲେ ବିକାଶ କ’ଣ ହୋଇଛି ନିର୍ବାଚନ ମଣ୍ଡଳୀ ଦେଖିଛି । ସେ କଥାରେ ନୁହଁ କାମ କରି ଦେଖାଇଛନ୍ତି । ଚଳିତ ନିର୍ବାଚନରେ କଂଗ୍ରେସରୁ ତାରା ବାହିନୀପତି ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ରବି ନନ୍ଦଙ୍କ ବଦଳରେ ତାଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି ।