ବାଙ୍ଗିରିପୋଷିରେ ପ୍ରଚାର ବେଳେ ବର୍ଷିଲେ ବିଜେଡି ନେତା ସୁଦାମ ମାର୍ଣ୍ଡି । କହିଲେ, ମୁଁ ବାଘ ମୋ ସ୍ତ୍ରୀ ବାଘୁଣୀ, ସେବା ପାଇଁ ଜନତାଙ୍କଠୁ ଲୋଡିଲେ ଆଶୀର୍ବାଦ ।

374

କନକ ବ୍ୟୁରୋ: ବାଙ୍ଗିରିପୋଷି ଷ୍ଟେସେନ ପଡିଆ ଶାଳ ଜଙ୍ଗଲରେ ବିଜେଡିର ପ୍ରଚାର ସମାବେଶ । ସଭାରେ ନିଜକୁ ବାଘ ଓ ପତ୍ନୀଙ୍କୁ ବାଘୁଣି କହିଲେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରଣ୍ଡି । ଜନତାଙ୍କ ସେବା ପାଇଁ ଜେଲ ଯାଇଥିବା ସମୟରେ ଗର୍ଭବତୀ ଥିଲେ ସୁଦାମଙ୍କ ପତ୍ନୀ । କିନ୍ତୁ ବିଚଳିତ ନ ହୋଇ ଲୋକଙ୍କ ପାଇଁ ଲଢ଼େଇ ଜାରି ରଖିବାକୁ ସେ ତାଙ୍କୁ ସାହସ ଦେଇଥିବା କହିଛନ୍ତି ସୁଦାମ । ଏଥିସହ ମୟୂରଭଞ୍ଜ ମାଟିର ସେବା ପାଇଁ ଦୁଇ ଜଣଙ୍କୁ ଆଶୀର୍ବାଦ କରିବାକୁ ସେ ଜନତାଙ୍କୁ ଅପିଲ କରିଛନ୍ତି । ଚଳିତ ନିର୍ବାଚନରେ ଉଭୟ ପତି ପତ୍ନୀଙ୍କୁ ଟିକେଟ ଦେଇଛି ଦଳ । ସୁଦାମ ମାରଣ୍ଡି ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଲଢୁଥିବା ବେଳେ ତାଙ୍କ ପତ୍ନୀ ରଂଜିତା ମାରଣ୍ଡିଙ୍କୁ ବାଙ୍ଗିରିପୋଷିରୁ ଟିକେଟ ଦେଇଛି ବିଜେଡି । ପ୍ରାର୍ଥୀ ହେବା ପରେ ଉଭୟ ମିଳିତ ଭାବେ ପ୍ରଚାର କରୁଛନ୍ତି ।