କାଠ ମାଫିଆଙ୍କ ଆତଙ୍କରାଜ । ରାତିରେ ଶାଗୁଆନ ଗଛ କାଟୁଥିଲେ ମାଫିଆ, ଗାଁ ଲୋକ ପହଞ୍ଚିଯିବାରୁ ବୋମା ଫିଙ୍ଗି ଫେରାର ହୋଇଗଲେ ୪ ଜଣ ଦୁର୍ବୃତ୍ତ ।

154

କନକ ବ୍ୟୁରୋ: ଗ୍ରାମବାସୀଙ୍କ ଉପରକୁ ବୋମାମାଡ । ବୋମା ଫିଙ୍ଗି ଫେରା କାଠ ମାଫିଆ । ବେଶ କିଛି ଦିନ ହେବ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବରୀଗୁଡା ଗାଁରେ କାଠ ମାଫିଆ ଆତଙ୍କରାଜ ଚଳାଇଛନ୍ତି ।  ବିଳମ୍ବିତ ରାତିରେ ଗାଁ ନିକଟସ୍ଥ ଜଙ୍ଗଲରୁ ଶାଗୁଆନ୍ କାଠ କାଟୁଥିଲେ ମାଫିଆ । ଏହାଜାଣି ଗାଁ ଲୋକ ଘଟଣାସ୍ଥଳରେ ପହଂଚିବାରୁ ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି ୪ ଜଣ କଳା ମୁଖାଧାରୀ ଲୋକ । ମାଫିଆମାନେ ଦୁଇଟି ବାଇକ୍ରେ ଆସି ସାଗୁଆନ୍ କାଠ ହାଣୁଥିଲେ । ୫୦ରୁ ଉର୍ଦ୍ଧ ଲୋକ ସେଠାରେ ପହଂଚିବାରୁ ମାଫିଆମାନେ ସେମାନଙ୍କ ଉପରୁ ବୋମା ଫିଙ୍ଗି କଟା କାଠ ଛାଡି ଫେରାର ହୋଇଯାଇଛନ୍ତି । । ଧରାକୋଟ ପୁଲିସ ଓ ଧରାକୋଟ ବନପାଳ ପହଂଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।