କନକ ବ୍ୟୁରୋ: ନବରଙ୍ଗପୁର ଡାଇବେଡା ଗାଁରେ ଭାଲୁ ଆତଙ୍କ । ଉମରକୋଟରୁ ରାଇଘରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୯ କଡରେ ଥିବା ଏକ ଗଛରେ ଭାଲୁ ବସି ରହିଛି । ରାସ୍ତା କଡ଼ରେ ଭାଲୁ ଥିବାରୁ ଲୋକେ ଯିବା ଆସିବା କରିବା ପାଇଁ ମଧ୍ୟ ଡରୁଛନ୍ତି । ଘଟଣା ଜଣାପଡ଼ିବା ପରେ ବନ ବିଭାଗ ଟିମ୍ ପହଞ୍ଚି ଭାଲୁକୁ ଜମି ରହିଥିଲେ । ତେବେ ଦୀର୍ଘ ସମୟ ପରେ ଭାଲୁଟି ଜଙ୍ଗଲକୁ ଚାଲି ଯାଇଥିବା ସୂଚନା ମିଳିଛି । କିନ୍ତୁ ଗାଁ ପାଖରେ ଭାଲୁ ଚଳପ୍ରଚଳ କରୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଭାଲୁର ଗତିବିଧି ଉପରେ ରଜର ରଖିଛି ବନ ବିଭାଗ ।
ଗଛ ଉପରେ ଜଗି ବସିଛି ଭାଲୁ । ଡରରେ ଘରୁ ବାହାରୁନାହାଁନ୍ତି ସ୍ଥାନୀୟ ବାସିନ୍ଦା ।
/kanak/media/post_attachments/wp-content/uploads/2024/03/Screen-Shot-2024-03-28-at-7.52.21-AM.png)