ଆଇପିଏଲରେ ଜାରି ରହିଛି ରନ୍ ବର୍ଷା । ଇଡେନ୍ ଗାର୍ଡେନରେ ୨୬୨ ରନ୍ ପିଛା କରି ଇତିହାସ ରଚିଲା ପଞ୍ଜାବ କିଙ୍ଗସ ।

444

କନକ ବ୍ୟୁରୋ: ୨୬୨ ରନ୍ ବି ହୋଇପାରିଲାନି ଡିଫେଣ୍ଡ । ମାତ୍ର ୧୮ ଦଶମିକ ୨ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରିନେଇଛି ପଞ୍ଜାବ କିଙ୍ଗସ । କିଛି ଏଭଳି ରନ୍ ବର୍ଷା ଦେଖିବାକୁ ମିଳିଛି ଇଡେନ୍ ଗାର୍ଡେନରେ । ଆଇପିଏଲର ୪୨ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗସ । କେକେଆର ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ରେ ୨୬୧ ରନ୍ର ବଡ଼ ସ୍କୋର ଛିଡ଼ା କରିଥିଲା । ଦଳ ପକ୍ଷରୁ ଫିଲ୍ ସଲ୍ଟ ୭୫ ରନ୍, ସୁନୀଲ ନାରାୟଣ ୭୧ ରନ୍ ଏବଂ ଭେଙ୍କଟେଶ ଆୟାର ୩୯ ରନ୍ କରିଥିଲେ । ଅଧିନାୟକ ଶ୍ରେୟସ ଆୟାର ୨୮ ଓ ଆନ୍ଦ୍ରେ ରସେଲ୍ ୨୪ ରନ୍ ଯୋଗଦାନ ଦେଇଥିଲେ । ୨୬୨ ରନ୍ର ପିଛା କରୁଥିବା ପଞ୍ଜାବ ମଧ୍ୟ ଆରମ୍ଭରୁ ଦ୍ରୁତ ରନ୍ କରିଥିଲା ଏବଂ ବଡ଼ ଲାଗୁଥିବା ଏହି ସ୍କୋରକୁ ୮ ବଲ୍ ବାକି ଥାଇ ହାସଲ କରିନେଇଥିଲା । ଆଉ ଏଥିସହ ଟି-୨୦ କ୍ରିକେଟ୍ ଇତିହାସରେ ସଫଳ ରନ୍ ଚେଜ୍ ପଞ୍ଜାବ ନାଁରେ ହୋଇଯାଇଛି । ପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକା ନାଁରେ ଥିଲା । ପଞ୍ଜାବ ପକ୍ଷରୁ ଜନ୍ନି ବେୟାରଷ୍ଟୋ ମାତ୍ର ୪୮ ବଲ୍ରେ ୧୦୮ ରନ୍ ଏବଂ ଶଶାଙ୍କ ସିଂ ୨୮ ବଲରେ ଦ୍ରୁତ ୬୮ ରନ୍ କରିଥିଲେ । ଏହାବ୍ୟତୀତ ପ୍ରବସିମରନ୍ ସିଂ ୫୪ ରନ୍ ଓ ରିଲି ରୁସୋ ୨୬ ରନର ଯୋଗଦାନ କରିଥିଲେ ।