ରାଷ୍ଟ୍ରୀୟ ସଙ୍ଗୀତକୁ ଅବମାନନା ! ଭିଡିଓ ହେଲା ଭାଇରାଲ

19

ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାସ୍ଥିତ ବାଦଶାହ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ସଂଗୀତକୁ ଅପମାନ କରିଥିବାରୁ ଦୁଇ ଛାତ୍ରଙ୍କ ବିରୁଦ୍ଧରେ କଥିତ ମୁତାବକ ଏକ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଦିଆଯାଇଛି ।

ଜିଲ୍ଲା ମାଜିଷ୍ଟ୍ରେଟ ଶାହିଦ ଇକବାଲ ଚୌଧୁରୀ ଏଠାରେ କହିଛନ୍ତି ବାବା ଗୁଲାମ ଶାହ ବାଦଶାହ ବିଶ୍ୱବିଦ୍ୟାଳୟରେ ହୋଇଥିବା କାର୍ଯ୍ୟଳୟରେ ରାଷ୍ଟ୍ରୀୟ ସଂଗୀତ ଗାଇବା ସମୟରେ ଏହି ଦୁଇ ଛାତ୍ର ଛିଡା ହୋଇନଥିଲେ । ଏହି କାର୍ଯ୍ୟକ୍ରମରେ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ଏନ ଏନ ବୋହରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେ କହିଛନ୍ତି, “ଏହି ମାମଲାର ଆମେ ଅବଗତି କରୁଛୁ । ଏବଂ ଏହାର ଅନୁଶାସନାତ୍ମକ କାର୍ଯ୍ୟକାରୀ ନିଶ୍ଚୟ ହେବ ବୋଲି କହିଛନ୍ତି । ଆଇନ ନିଜ କାର୍ଯ୍ୟ ସଠିକ ଭାବେ ତୁଲାଇବ ବୋଲି ମଧ୍ୟ କହିଛନ୍ତି ।” ଏଠାରେ ସେ ଏହା ମଧ୍ୟ କହିଛନ୍ତି ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କ ପକ୍ଷରୁ ଏକ ରିପୋର୍ଟ ମଧ୍ୟ ଆସିଛି ।

କାଶ୍ମୀରର ବିଶ୍ୱବିଦ୍ୟାଳୟର ଭିଡିଓ ସୋସିଆଲ ମିଡିଆରେ ଭାୟରଲ ହୋଇଛି । ସେଥିମଧ୍ୟରୁ କିଛି ରାଷ୍ଟ୍ର ସଂଗୀତର ସମ୍ମାନ କରିଛନ୍ତି ମାତ୍ର କିଛି ନିଜ ବସିବା ସ୍ଥଳିରୁ ଉଠିନାହାନ୍ତି । ଏବଂ କିଛି ଜଣ ରାଷ୍ଟ୍ର ସଂଗୀତ ଚାଲିଥିବା ସମୟରେ ମୋବାଇଲରେ ସେଲ୍ଫି ନେଉଥିବା ଫଟୋ ନଜରକୁ ଆସିଛି । ଡିଜି ରାଜୋରି ଏହି ମାମଲାରେ କହିଛନ୍ତି ଯେ, ଛାତ୍ରମାନେ ରାଷ୍ଟ୍ରସଂଗୀତକୁ ଅପମାନ କରିଥିବା ଖବର ତାଙ୍କୁ ମିଳିଥିଲା । ସେ ଏଥିରେ ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।