ବର୍ଣ୍ଣ ବୈଷମ୍ୟ ଦୁର କରିବାକୁ ୬୭୦୦ କିମି ଯାତ୍ରା । ୨୬ରେ ୨୨ସାଇକେଲ ଆରୋହୀଙ୍କ ମିଶନ ଓଡିଶାରୁ ଛତିଶଗଡ

34

ଆଫ୍ରିକାଟୋ ‘ପେଡଲ ଫର ପିସ୍’ ନାମକ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଯାହା ଭାରତର ୧୪ଟି ରାଜ୍ୟ ମାଧ୍ୟମରେ ଏକ ୬୭୦୦କିମି ଯାତ୍ରା ମାରାଥନ ଅଧିଗ୍ରହଣ କରିବ । ଏହା ଆଫ୍ରିକା ବାସିନ୍ଦାଙ୍କର ଉଚ୍ଚ ଏକାଗ୍ରତା ଅଟେ । ଲୋକମାନଙ୍କ ମଧ୍ୟରେ ବର୍ଣ୍ଣ ବୈଷମ୍ୟତା ଭାବ ଦୂର କରିବା, ଶାନ୍ତି ଓ ଏକାଗ୍ରତା ଆଣିବାରେ ସାହାଯ୍ୟ କରିବା, ସମାଜକୁ ଶିକ୍ଷିତ ସଂସ୍କାରି ଗଢି ତୋଳିବା ଏବଂ ହିଂସାଭାବ ଦୂର କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ । ଏହି ଯୋଜନାକୁ ସକ୍ରିୟ କରିବାଲାଗି “ପିଟର ଏନଗୁଙ୍ଗି” ନାମକ ଏକ କେନିୟାନ ଯୁବକ ଶିଲଂରୁ ଦିଲ୍ଲୀକୁ ସାଇକେଲ ଯୋଗେ ଯାତ୍ରା ଆରମ୍ଭ କରିଥିଲେ ।

“ପିଟର ଏନଗୁଙ୍ଗି” ହେଉଛନ୍ତି ଇଣ୍ଡୋ-ଆଫ୍ରୋର ରିଲେସନସିପ ସଂଗଠନର ବ୍ରାଣ୍ଡ ଆମ୍ବାସାଡର । ପିଟର ୧୯ନଭେମ୍ବର,୨୦୧୭ରେ ଭୁବନେଶ୍ୱରରେ ପହଂଚି ଜୟ ଓଡିଶା ଦ୍ୱାରା ଶିଭମ ହୋଣ୍ଡାଠାରେ ସମ୍ବର୍ନ୍ଧିତ ହୋଇଥିଲେ । ତାଙ୍କର ଏହି ଭୂବନେଶ୍ୱର ଗସ୍ତ ଅଧ୍ୟାୟରେ ସେ ଅନେକ ବେସରକାରୀ ସଂଗଠନକୁ ଯାଇଥିଲେ ଏବଂ ଭୁବନେଶ୍ୱରସ୍ଥିତ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶ ମଧ୍ୟରେ ପ୍ରେମ ଏବଂ ଶାନ୍ତି ବାର୍ତ୍ତା ଦେଇଛନ୍ତି । ୨୫ନଭେମ୍ବରରେ ତାଙ୍କୁ ନେଇ କଟକ ଏବଂ ଭୁବନେଶ୍ୱରରେ ଅନେକ କାର୍ଯ୍ୟକ୍ରମ ରହିଛି ।

ସର୍ବଶେଷରେ ଭୁବନେଶ୍ୱରରୁ ୨୨ଟି ସାଇକେଲ ଆରୋହୀ ଏବଂ ଜୟ ଓଡିଶା ସଂଗଠନ ସହ ନଭେମ୍ବର୨୬ରେ ତାଙ୍କର ପରବର୍ତ୍ତୀ ଯାତ୍ରା ଓଡିଶାରୁ ଛତିଶଗଡ ଅଭିମୁଖେ ସାଇକଲ ଯୋଗେ ଯାତ୍ରା କରିବେ । ଏବଂ ଏହି ମାରାଥନ ସମାପ୍ତ ହେବାପରେ ନୂଆଦିଲ୍ଲୀରେ ଏକ ବୃହତ ଇଣ୍ଡୋ-ଆଫ୍ରୋ ସମାରୋହ ଅନୁଷ୍ଠିତ କରାଯିବ ।