ପାନ ଦୋକାନରେ ବିକ୍ରି କରିପାରିବେନି ବିସ୍କୁଟ କିମ୍ବା ଷ୍ଟେସନାରୀ ! କେନ୍ଦ୍ର ସରକାରଙ୍କ ନୂଆ ନିୟମ

77

କନକ ବ୍ୟୁରୋ : ଏଣିକି ପାନ ଦୋକନରେ ମିଳିବନି ବିସ୍କୁଟ, ସ୍ନାକ୍ସ,ଚକଲେଟ୍ ଆଦି ଖାଉଟି ଦ୍ରବ୍ୟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ଖୁବଶିଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହାକୁ ନେଇ ଛୋଟଛୋଟ ପାନ ଦୋକାନି ମାନେ ଚିନ୍ତାରେ ପଡିଛନ୍ତି । ତେବେ ପାନଦୋକାନରେ ତମାଖୁ, ଗୁଟୁଖା, ସିଗାରେଟ ଆଦି ବହୁଳ ପରାିମାଣରେ ବ୍ୟବହାର ହୋଉଥିବାରୁ ଛୋଟଛୋଟ ପିଲାମାନେ ବିଶେଷ ପ୍ରଭାବିତ ହୋଇଥିବା ଜଣାପଡିଛି ।

ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ପାନ ଦୋକାନରେ ଖାଉଟି ଦ୍ରବ୍ୟର ବିକାକିଣା ଉପରେ ରୋକ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି । ଖୁବଶିଘ୍ର ଏହି ନିୟମ ସାରା ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହାକୁ ନେଇ ପାନଦୋକାନି, ଏବଂ ଏଫଏମସିଜି ଡିଲରଙ୍କ ମଧ୍ୟରେ ଅଶନ୍ତୋଷ ପ୍ରକାଶ ପାଇଛି । ସରକାରଙ୍କ ଏହି ନିୟମ ଲାଗୁହେଲେ ବ୍ୟବସାୟ ପ୍ରଭାବିତ ବୋଲି ଜଣାପଡିଛି । ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଭିଭିନ୍ନ କ୍ଷେତ୍ରରେ ସମାଲୋଚନା କରାଯାଇଛି । ପୁର୍ବରୁ ସାଧାରଣ ସ୍ଥାନରେ ସିଗାରେଟ ଟାଣିବା ଏବଂ ପାନ ଦୋକନରେ ଖଇନି, ଗୁଟୁଖା ରଖିବାକୁ ବ୍ୟାନ କରାଯାଇଥିବା ବେଳେ ସେ ମିୟମକୁ କଡାକଡି ଭାବେ କାର୍ଯ୍ୟ କରାଯାଉନାହିଁ ।

ସରକାର କେବଳ ନିୟମ ବାହାର କରି ଦେଲେ ହେବନି । ନିୟମକୁ କାର୍ଯ୍ୟକାରି କରିବା ପଛରେ ଜନସାଧାରଣଙ୍କ ସୁବିଧା ଅସୁବିଧାକୁ ଭଲଭାବେ ଚିନ୍ତା କରିବା ଦରକାର ।