ଓଡ଼ିଆ ଫିଲ୍ମରେ ଦର୍ଶକଙ୍କ ସଂଖ୍ୟା ବଢୁଥିବା ଦାବି କଲେ ଦୁଇ ସୁପରଷ୍ଟାର ଅନୁଭବ ଓ ଅରିନ୍ଦମ

46

କନକ ବ୍ୟୁରୋ : ଦଶହରା ବଜାରରେ ଏବେ ଓଡିଆ ଫିଲ୍ମର ଜୋରଦାର ଲଢେଇ । ତିନି ତିନି ଜଣ ଷ୍ଟାରଙ୍କ ଫିଲ୍ମ ବଡପରଦାରେ ରାଜ୍ କରୁଛି । ଓଲିଉଡ ଏବେ ଧିରେ ଧିରେ ଅଧିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର Screen shot 2017-09-29 at 8.29.01 PMହେଉଛି । ବିଦେଶର ଲୋକେସନରେ ସୁଟିଂ ହେଉଛି । କିନ୍ତୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆହୁରି ବେଶି କିଛି ଆଶା କରୁଛନ୍ତି ଦର୍ଶକ ।

ଏବେ ଦଶହରାରେ ଓଡିଆ ଫିଲ୍ମରେ କଡା ଟକ୍କର । ଦର୍ଶକଙ୍କ ଭିଡରେ ଜମୁଛି ହଲ । ଅନୁଭବ- ଅରିନ୍ଦମ-ବାବୁସାନଙ୍କ ଫିଲ୍ମଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା । ସୁପରଷ୍ଟାର ଅନୁଭବଙ୍କ ବାବୁଲା ବାରବୁଲା ଏକ ନିଆରା ଢଙ୍ଗର ଫିଲ୍ମ ହୋଇଥିବା ବେଳେ ବିଦେଶରେ ଏହାର କେତେ ଅଂଶ ସୁଟିଂ ହୋଇଛି । ଏପଟେ ଅଭିନେତା ଅରିନ୍ଦମ ନିଜେ ପ୍ରଯୋଜନା କରିଛନ୍ତି ଫିଲ୍ମ ଶିବା -ନଟ୍ ଆଉଟ୍ । ଦଶ’ରା ବଜାରରେ ଓଡିଆ ଫିଲ୍ମର କ୍ରେଜ୍ ଜାରି ରହିଛି ଏବଂ ଓଲିଉଡ୍ ଧିରେ ଧିରେ ଅଧିକ ଉନ୍ନତି କରୁଛି ବୋଲି କହୁଛନ୍ତି ଫିଲ୍ମ ଷ୍ଟାର ।

ସେପଟେ ଉଚ୍ଚମାନର ହିନ୍ଦି ଫିଲ୍ମ ଦେଖିବା ପରେ ଓଡିଆ ଦର୍ଶକଙ୍କ ଆଶା ବି ବଢିଛି । ଭଲ କାହାଣୀ, ଭଲ ଜ୍ଞାନକୌଶଳର ଫିଲ୍ମଟି ଦେଖିବାକୁ ବି ସେମାନେ ଚାହାନ୍ତି । ଫିଲ୍ମର ପ୍ରମୋଶନ ହେଉ କି ଷ୍ଟାରକାଷ୍ଟ ହେଉ, ସେଥିପ୍ରତି ଗୁରୁତ୍ୱ ଦିଆଯାଉ ନଥିବା ଅଭିଯୋଗ କରନ୍ତି ଦର୍ଶକ ।  ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ୮୦ ବର୍ଷ ଟପି ସାରିଲାଣି । ଏବେ ବି ବହୁ କ୍ଷେତ୍ରରେ ବିକାଶ ବାକି ରହିଛି ।