ଶୀତଳଷଷ୍ଠୀ ଯାତ୍ରାରେ ଦୁଲୁକୁଛି ସମ୍ବଲପୁର

52

ସମ୍ବଲପୁର ବ୍ୟୁରୋ.କନକ ନ୍ୟୁଜ୍ : ଶୀତଳଷଷ୍ଠୀ ଯାତ୍ରା ନେଇ ଦୁଲୁକୁଛି ସମ୍ବଲପୁରର । ଝାଡୁଆପଡା,ମୁଦିପଡା,ବଡବଜାର ଓ ଠାକୁରପଡା ଯାତ୍ରା କମିଟି ପକ୍ଷରୁ ସମସ୍ତ ପଡାର ପତରପେଁଡି ସଂପୂର୍ଣ୍ଣ ହୋଇଛି । ଆଜି ଗୁଆଗୁଣ୍ଡା କାର୍ଯ୍ୟ ସଂପନ୍ନ ହେବ । ପରମ୍ପରା ଅନୁସାରେ ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ ବିବାହ ଲାଗି ବିରାଟ ଶୋଭାଯାତ୍ରା ବାହାରି ପାନ୍ଥ ନିବାସ ନିକଟ କନ୍ୟାର ପିତାମାତା ପ୍ରଦୀପ ନାଥ ଓ ଦିପ୍ତୀ ନାଥଙ୍କ ବାସଭବନରେ ପହଞ୍ଚôଥିଲେ । ସାଙ୍ଗରେ ଥିଲେ ପଡାର ମୁରବୀ ଓ ଯାତ୍ରା କମିଟିର କର୍ମକର୍ତ୍ତା । ବରପିତା କନ୍ୟା ପିତା ଙ୍କୁ ସର୍ଗି ପତ୍ର ଦେଇ ନିର୍ବନ୍ଧ କାର୍ଯ୍ୟ ତୁଲାଇଥିଲେ । ସେହିପରି ଆଜି ଝାଡୁଆପଡା ଲୋକନାଥ ବାବାଙ୍କର ଦେବ ନିମନ୍ତ୍ରଣ ଅନୁଷ୍ଠିତ ହେବ ।  ଆସନ୍ତାକାଲି ଦେବ-ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ ।