ସିଙ୍ଗିରି ପଂଚାୟତ ସରପଂଚଙ୍କ ହତ୍ୟା ଘଟଣା : ବଦଳିଲେ ଆଳି ଥାନା ଆଇଆଇସି

24

କେନ୍ଦ୍ରାପଡା : କେନ୍ଦ୍ରାପଡା ଆଳି ବ୍ଲକ ସିଙ୍ଗିରୀ ପଂଚାୟତ ସରପଂଚ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ।  ଆଳି ଥାନା ଆଇଆଇସିଙ୍କୁ ବଦଳି କଲେ ଏସପି । ଆଜି ସକାଳେ ଚଣ୍ଡୀବଜାର ଛକ ନିକଟରେ କେହି ଦୃର୍ବତ ସିଙ୍ଗିରୀ ପଂଚାୟତ ସରପଂଚ ଚିତ୍ରସେନ ଦାସଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିତ୍ରସେନଙ୍କୁ ହତ୍ୟା କରିଥିବା ଜଣାପଡିଥିଲା । ଏହା ପରେ ମୃତଦେହ ରଖି ସ୍ଥାନୀୟ ଲୋକେ ମେଡିକାଲ ଛକ ନିକଟରେ ରାସ୍ତାରୋକ କରିଥିଲେ । ହତ୍ୟାକାରୀ ଗିରଫ ଦାବିରେ ସେମାନେ ରାସ୍ତାରୋକ କରିଥିଲେ । ତେବେ ଆଇଆଇସିଙ୍କ ବଦଳି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି ।