କେତେ ସତ କହୁଛି ଗୋପାଳ? ମନ କଥା ଜାଣିବାକୁ ଝାରସୁଗୁଡାରେ ଏସସିବିର ୪ ଜଣିଆ ମନସ୍ତତ୍ୱବିତ୍

187

କନକ ବ୍ୟୁରୋ : ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ମନ କଥା ଜାଣିବାକୁ ଝାରସୁଗୁଡାରେ ଏସସିବିର ୪ ଜଣିଆ ମନସ୍ତତ୍ୱବିତ୍ । ଗୋପାଳର ମାନସିକ ସ୍ଥିତି ଜାଣିବାକୁ ତିଆରି ହୋଇଥିଲା ମେଡିକାଲ ବୋର୍ଡ ଗଠନ ହୋଇଛି । ଏବେ ଏହି ଟିମ୍ ଅଭିଯୁକ୍ତଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରିବେ । ଅଭିଯୁକ୍ତ ଗୁଳି କରିବା ପରେ ତାଙ୍କ ପରିବାର ଲୋକେ ଗୋପାଳଙ୍କ ମାନସିକ ସ୍ଥିତି ଠିକ୍ ରହୁନଥିବା କଥା କହିଥିଲେ । ଏମିତିକି ଗୋପାଳ ଚିକିତ୍ସିତ ହେଉଥିବା ଡାକ୍ତର ମଧ୍ୟ ତାଙ୍କର ମାନସିକ ଅବସ୍ଥା ଠିକ୍ ରହୁନଥିବା କଥା କହିଥିଲେ । ଏହାପରେ ତଦନ୍ତ ବେଳେ ମାନସିକ ଅବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ନିକଟରେ ପୋଲିସ ଡିଜି ମଧ୍ୟ କହିଥିଲେ ଗୁଳି ମାଡ ବେଳେ ଗୋପାଳଙ୍କ ମାନସିକ ସ୍ଥିତି କଣ ଥିଲା ଜାଣିବାକୁ ଚେଷ୍ଟା କରାଯାଉଛି ।

ସେପଟେ, ନବ ଦାସ ହତ୍ୟା ମାମଲାରେ କେତେ ସତ କହୁଛନ୍ତି ଅଭିଯୁକ୍ତ । ଅଭିଯୁକ୍ତଙ୍କ ନିକଟରୁ ସତ ଜାଣିବା ପାଇଁ ବ୍ୟବହାର ହେଉଥିବା ସ୍ତରୀୟ ସ୍ୱର ବିଶ୍ଳେଷଣ ବା ଲେୟାରଡ୍ ଭଏସ୍ ଆନାଲିସିସ୍ ପରୀକ୍ଷା କରାଯାଇଛି । ଏହି ପଦ୍ଧତି ମାଧ୍ୟମରେ ଗୋପାଳଙ୍କ ସ୍ୱର ଅନୁଧ୍ୟାନ କରାଯାଉଛି । ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା ସ୍ୱୀକାର କରୁୁଥିବା ବେଳେ ଏହି ପଦ୍ଧତିରେ ସତର ଅନୁଧ୍ୟାନ କରାଯାଉଛି । ଏହା ସହ ଗୋପାଳଙ୍କ ଫରେନ୍ସିକ୍ ସାଇକୋଲୋଜିକାଲ୍ ଆସେସମେଣ୍ଟ ବା ମନସ୍ତାତ୍ୱିକ ପରୀକ୍ଷା କରିବାକୁ ଏସସିବିର ୪ ଜଣିଆ ଟିମ୍ ଝାରସୁଗୁଡାରେ ପହଂଚିଛନ୍ତି । ଏହି ଦୁଇ ପରୀକ୍ଷା ଦ୍ୱାରା ରିମାଣ୍ଡ ବେଳେ ଗୋପାଳ କହୁଥିବା କଥା କେତେ ନିର୍ଭର ଯୋଗ୍ୟ ତାହା ଜଣାପଡ଼ିବ । ଦିଲ୍ଲୀର କେନ୍ଦ୍ରୀୟ ଫରେନ୍ସିକ୍ ସାଇନ୍ସ ଲବରେଟୋରି ବା ସିଏଫଏସଏଲର ଟିମ୍ ଏହି ପରୀକ୍ଷା କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଏଲଭିଏ ବା ଲେୟାରଡ୍ ଭଏସ୍ ଆନାଲିସିସ୍ ପରୀକ୍ଷା ଦ୍ୱାରା ଜଣେ ବ୍ୟକ୍ତିର ସ୍ୱରକୁ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ପରୀକ୍ଷା କରାଯାଏ । ପୁଞ୍ଜିଲାଲ ମେହେର ମାମଲାରେ ଓଡ଼ିଶାରେ ପ୍ରଥମ ଥର ଅଭିଯୁକ୍ତ ନିକଟରୁ ସତ ଜାଣିବା ପାଇଁ ଏଲ୍ଭିଏ ପରୀକ୍ଷା କରାଯାଇଥିଲା ।