ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫଙ୍କ ପରଲୋକ । ଅନେକ ଦିନ ଧରି ଥିଲେ ଅସୁସ୍ଥ

162

କନକ ବ୍ୟୁରୋ: ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫଙ୍କ ପରଲୋକ ହୋଇଛି । ପାକିସ୍ତାନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ଦୁବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ହୋଇଛି ।

ଏହାପୂର୍ବରୁ ମଧ୍ୟ ତାଙ୍କର ମୃତ୍ୟୁ ଖବର ସୋସିଆଲ ମିଡିଆରେ ପ୍ରଚାର ହୋଇଥିବାବେଳେ ଏହାକୁ ଖଣ୍ଡନ କରିଥିଲେ ତାଙ୍କ ପରିବାର ଲୋକେ । ତେବେ ଅନେକ ଦିନ ଧରି ବିଭିନ୍ନ ଶରୀରିକ ସମସ୍ୟା ଯୋଗୁଁ ଚିକିତ୍ସାଧିନ ଥିଲେ । ବିଶେଷ କରି ‘ଅମାଇଲାଇଡୋସିସ’୍ ନାମକ ବିରଳ ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ହୋଇଥିବା ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରସାର ହୋଇଛି ।