ଧାମନଗରରେ ପାଠୁଆ ନେତାଙ୍କ ଲଢ଼େଇ । ବିଜେପି ପ୍ରାର୍ଥୀ ଇଂଜିନିୟର ସୂରଜ ସୂର୍ଯ୍ୟବଂଶୀଙ୍କୁ ଟକ୍କର ହେଉଛନ୍ତି ବିଜେଡି ପ୍ରାର୍ଥୀ ଡାକ୍ତର ସଂଜୟ ଦାସ

783

କନକ ବ୍ୟୁରୋ : ପାଠ-ସାଠ ନଥିଲେ ବି ରାଜନୀତି କରିହେବ । ବର୍ଷ ବର୍ଷ ଧରି ଏହି ଧାରଣା ରହି ଆସିଛି, କିନ୍ତୁ ସମୟ ବଦଳିବା ସହ ରାଜନୀତିରେ ଶିକ୍ଷିତ ପ୍ରାର୍ଥୀଙ୍କ ରୁଚି ମଧ୍ୟ ବଢୁଛି । କେବଳ ଶିକ୍ଷିତ ପ୍ରାର୍ଥୀ କାହିଁକି, ଡାକ୍ତର ଏବଂ ଇଂଜିନିୟର ଭଳି ସମ୍ମାନଜନକ ପେଷାରେ ଥିବା ଶିକ୍ଷତ ଯୁବକ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ।

ଭଦ୍ରକ ଲୋକସଭା କ୍ଷେତ୍ରର ଧାମନଗର ବିଧାନସଭା ଆସନରେ ମୁହୁଁମହିଁ ହେଉଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଜେଡି ପ୍ରାର୍ଥୀ ସଂଜୟ ଦାସ । ସୂର୍ଯ୍ୟବଂଶୀ ସୂରଜ ଇଂଜିନିୟରିଂ ପେଷାରୁ ରାଜନୀତିକୁ ଆସିିଥିବା ବେଳେ ସଂଜୟ ଦାସ, ଡାକ୍ତରୀ ପେଷାରୁ ପିଲିଟିକ୍ସ କରିବାକୁ ଆସିଛନ୍ତି । ନିଜ ନିଜ ପେଷାରେ ସଫଳତାର ଶୀର୍ଷରେ ପହଂଚିବା ପରେ ଏବେ ରାଜନୀତି ଜରିଆରେ ଜନସେବା କରିବାକୁ ମୈଦାନକୁ ଓହ୍ଲାଇଛନ୍ତି । ବିଜେପି ପ୍ରାର୍ଥୀ, ସୂର୍ଯ୍ୟବଂଶୀ ସୂରଜ ମୋଦୀ ଗ୍ୟାରେଂଟିର ବାର୍ତା ନେଇ ଲୋକଙ୍କ ପାଖକୁ ଯାଉଥିବା ବେଳେ ବିକଶିତ ଓଡ଼ିଶାର ନାରା ଦେଉଛନ୍ତି । ସେହିପରି ନବୀନଙ୍କ ସ୍ୱଚ୍ଚ ଶାସନ ନାରା ଦେବା ସହ ବୁଲି ବୁଲି ରୋଗୀ ସେବା କରି ପ୍ରଚାର କରୁଛନ୍ତି ସଂଜୟ ଦାସ ।

୨୦୨୨ ଧାମନଗର ଉପ-ନିର୍ବାଚିତ ହୋଇଥିବା ସୂର୍ଯ୍ୟବଂଶୀ ସୂରଜଙ୍କ ଉପରେ ବିଜେପି ପୁଣି ଥରେ ବିଶ୍ୱାସ କରିଥିବା ବେଳେ ବିଜେଡି ଡାକ୍ତର ସଂଜୟ ଦାସଙ୍କୁ ପ୍ରାର୍ଥୀ କରିଛି । ଡାକ୍ତର-ଇଂଜିନିୟରଙ୍କ ଏହି ଲଢ଼େଇ ଭିତରେ କଂଗ୍ରେସ ମଧ୍ୟ ଜଣେ ଶିକ୍ଷିତ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି । ଗ୍ରାଜଏଟ୍ ରଂଜନ କୁମାର ବେହେରାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।