ଜାତୀୟସ୍ତରରେ ପୁଣି ଚମକିଲେ ଓଡିଆ ଝିଅ: ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସ-୨ର ସେକେଣ୍ଡ ରର୍ନସ ଅଫ ହେଲେ ରାଉରକେଲାର ରୋଜା ରଣା

268

କନକ ବ୍ୟୁରୋ: ସୋନି ଏଣ୍ଟରଟେନମେଂଟ୍ ଟେଲିଭିଜନରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ସୋ ଇଣ୍ଡିଆଜ ବେଷ୍ଟ ଡାନ୍ସର ରେ ଓଡିଶାର ନା ରଖିଛନ୍ତି ରାଉଲକେଲାର ଝିଅ ରୋଜା ରାଣା । ରବିବାର ଦିନ ଅନୁଷ୍ଠିତ ହେଇଥିଲା ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସ ସୋ’ର ଅଲଟି ମେଟ ଫାଇନାଲ ପ୍ରତିଯୋଗିତା । ଏହି ଡାନ୍ସ ସୋର ବିଜେତା ସୋମ୍ୟା କାମ୍ବଲେ ହେଇଥିବା ବେଳେ ଏହାର ଦ୍ୱିତୀୟ ରନର୍ସ ଅପ ଟାଇଟେଲ ହାସଲ କରିଛନ୍ତି ଓଡିଆ ଝିଅ ରୋଜା ରାଣା ।

ରୋଜା ରାଣାଙ୍କ ଜନ୍ମ ୧୯୯୬ ମସିହା ଏପ୍ରିଲ ୨୨ ତାରିଖରେ କଟକରେ ହେଇଥିଲା । ରାଉରୋକଲାର ସେଂଟ ଜୋସେଫ କନଭେଂଟ ସ୍କୁଲର ସାରିଥିବା ବେଳେ ନିଜର ହାୟର ଷ୍ଟଡି ମଧ୍ୟ ରାଉରକେଲାରେ କରିଛନ୍ତି । ୨୦୧୫ ମସିହାରେ ଡାନ୍ସ ସୋ ବୁଗି – ବୁଗିରେ ଜଣେ କୋରିଓଗ୍ରାଫର ଭାବରେ ମଧ୍ୟ ନିଜକୁ ପ୍ରମାଣ କରିଛନ୍ତି । ଏହାଛଡା ଡାନ୍ସ ରିଆଲିଟି ସୋ ସୋ ୟୁ ଥିଙ୍କ ୟୁ କେନ ଡାନ୍ସରେ ୨୦ ଜଣ ଫାଇନାଲିଷ୍ଟ ଙ୍କ ମଧ୍ୟରେ ମଧ୍ୟ ରହି ଆସିଛନ୍ତି ।