ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ: ହଜାରେ ପୋଲିସ କର୍ମୀ କରୋନା ପଜିଟିଭ

118

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ । ଦିଲ୍ଲୀରେ ହଜାରେ ଜଣ ପୋଲିସ କର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ସଂଘରୋଧରେ ଥିବା ଜଣାପଡିଛି । ଏହାପରେ ଦିଲ୍ଲୀ ପୋଲିସ କମିସନର ରାକଶ ଅସ୍ଥାନା ପୋଲିସ ବାହିନୀ ପାଇ ନୁଆ ମାର୍ଗଦର୍ଶିକା ଜାରି କରିଛନ୍ତି । ଏଥିରେ ଦିଲ୍ଲୀର ବିଭିନ୍ନ ଅଂଚଳରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମୀ ଓ ତାଙ୍କ ପରିବାର ସଦଶ୍ୟଙ୍କୁ ଟିକା ନେବାକୁ କୁହାଯାଇଛି । ଅନ୍ୟପଟେ କଟକଣା ସତ୍ୱେ ମଧ୍ୟ ଲୋକେ କରୋନା କଟକଣା ମାନୁନଥିବା ଦେଖିବାକୁ ମିଳିଛି । ମାର୍କେଟ ରେ ଲୋକଙ୍କ ପ୍ରବଳ ଗହଳି ସଂକ୍ରମଣକୁ ଆହୁରି ବଢେଇପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଦିଲ୍ଲୀରେ ଖୋଲାଥିବା ରେଷ୍ଟୁରେଂଟ ଗୁଡିକରୁ ଗ୍ରାହକ କେବଳ ପାର୍ସଲ ସେବା ଦିଆଯାଉଥିବା ଜଣାପଡିଛି ।