ମୁମ୍ବାଇ ବିମାନବନ୍ଦରେ ବଡ ଦୁର୍ଘଟଣା: ରନୱେରେ ଜଳିଗଲା ବିମାନକୁ ପୁସବ୍ୟାକ ଦେଉଥିବା ଗାଡି

227

କନକ ବ୍ୟୁରୋ: ମୁମ୍ବାଇ ବମାନବନ୍ଦରରେ ଏକ ବଡ ଅଘଟଣ । ବିମାନ ବନ୍ଦରରେ ଭିତରେ ଏକ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ବିମାନ ସାମ୍ନାରେ ଥିବା ଏକ ଗାଡିରେ ନିଆଁ ଲାଗିଯାଇଛି । ଫଳରେ ଗାଡିଟି ହୁ ହୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ଘଟଣାର ସୁଚନା ପାଇ ଘଟଣା ସ୍ଥଳରେ ପହଂଚି ନିଆ କୁ ଆୟତ୍ତ କରିଛି । କିନ୍ତୁ ସବୁଠୁ ବଡକଥା ହେଲା ସାମ୍ନାରେ ଥିବା ବିମାନ ଭିତରେ ୮୫ ଜଣ ଯାତ୍ରୀ ଥିଲେ । ଯଦି ଠିକ ସମୟରେ ନିଆକୁ ଆୟତ୍ତ କରାଯାଇ ନଥାନ୍ତା ତାହେଲେ ଏକ ବଡ ବିପଦ ସୃଷ୍ଟି ହୋଇଥାନ୍ତା ବୋଲି ଆଶଙ୍କା କରାଯାଉଛି । ଘଟଣାରେ କେହି ମୃତାହତ ହୋଇନଥିବା ସୁଚନା ଜଣାପଡିଛି ।