ହୋଲ୍ଡରଙ୍କ ଘାତକ ବୋଲିଂ । ୧୫୪ ରନ କଲା ରାଜସ୍ଥାନ । ହାଇଦ୍ରାବାଦ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ । 

116

କନକ ବ୍ୟୁରୋ : ଆଜି ମ୍ୟାଚରେ ଜାସନ ହୋଲ୍ଟରଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ରାଜସ୍ଥାନ ଏହି ମ୍ୟାଚରେ ୧୫୪ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ହାଇଦ୍ରାବାଦ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ ରହିଛି । ହାଇଦ୍ରାବାଦକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।

ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଆସିଥିଲା । ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ ୩୬ ଓ ବେନ ଷ୍ଟୋକ୍ସ ୩୦ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୪ ରନ କରିଥିଲା ।

ଏବେ ୧୫୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ହାଇଦ୍ରାବାଦ । ଦଳରେ ଡେଭିଡ ୱାର୍ଣ୍ଣର, ଜନି ବେୟାରଷ୍ଟୋ, ମନିଷ ପାଣ୍ଡେଙ୍କ ଭଳି ଖେଳାଳି ରହିଛନ୍ତି ।