ପୁଣି ଜୀବନ ନେଲା ୫୫ ନମ୍ବର ଜାତୀୟ ରାଜପଥ । ଅନୁଗୁଳ ପଞ୍ଚମହଲା ନକଟରେ ବାଇକକୁ ଚାପି ଦେଲା ଟ୍ରକ, ୩ ମୃତ । 

773

କନକ ବ୍ୟୁରୋ: ଅନୁଗୁଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ । ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକରେ ୩ ଜଣ ଯୁବକ ଅନୁଗୁଳ ଯାଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ୩ ଜଣ ଡେରେଜାଙ୍ଗ ଗାଁର ଛୋଟୁ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ଓ କୃପା ପ୍ରଧାନ । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।