ସଡକ ଦୁର୍ଘଟଣାକୁ ନେଇ ଆସିଲା ସାଂଘାତିକ ରିପୋର୍ଟ । ଦିନକୁ ଘଟୁଛି ୩୦ରୁ ଅଧିକ ଦୁର୍ଘଟଣା, ମଦ୍ୟ ପାନ ଏବଂ ଓଭରସ୍ପିଡ୍ ଡ୍ରାଇଭିଂ ପ୍ରମୁଖ କାରଣ ।

417

କନକ ବ୍ୟୁରୋ : କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅନ୍ତର୍ଗତ ପରିବହନ ଗବେଷଣା ୱିଙ୍ଗ ପକ୍ଷରୁ ପ୍ରକାଶ ପାଇଥିବା ରୋଡ ଆକ୍ସିଡେଂଟ ଇନ ଇଣ୍ଡିଆ-୨୦୧୯ ଅନୁସାରେ ଓଡିଶାରେ ଦିନକୁ ୩୦ରୁ ଅଧିକ ଦୁର୍ଘଟଣା ଘଟୁଛି । ପାଖାପାଖି ୧୫ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ଏହି ରିପୋର୍ଟ ଅନୁସାରେ, ମଦ୍ୟ ପାନ କରି ଗାଡି ଚଳାଇବା ସମ୍ପର୍କିତ ଦୁର୍ଘଟଣା ମାମଲାରେ ଓଡିଶା ଦେଶରେ ତୃତୀୟ ସ୍ଥାନରେ ରହିଛି ।

ନିକଟରେ ଘଟିଥିବା କିଛି ଭୟଙ୍କର ଦୁର୍ଘଟଣାରେ ଅନେକ ଧନଜୀବନ ହାନି ହୋଇଛି । ଏସବୁ ଦୁର୍ଘଟଣା କାହାକୁ କହି ଆସିନଥିଲା । ଏସବୁ ଘଟିଥିଲା ଅକସ୍ମିକ । ହୁଏତ ଏହା ପଛର କାରଣ ହୋଇପାରେ, ଓଭର ସ୍ପିଡିଂ ବା ଦ୍ରୁତ ଗାଡି ଚାଳନା ଏବଂ ମଦ ପିଇ ଗାଡି ଚଲାଇବା ।

ହ୍ୱିଲ ଚେୟାରରେ ବସିଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ମନୋଜ କୁମାର ସ୍ୱାଇଁ । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମନୋଜ ବଂଚିଯାଇଛନ୍ତି ସତ । କିନ୍ତୁ ପରବର୍ତି ଜୀବନ ବଂଚିବା କଷ୍ଟକର ହୋଇପଡିଛି । ସେହିପରି ୨୦୧୯ରେ ଏକ ସଡକ ଦୁର୍ଘଟଣାରେ ନିଜକୁ ପୁଅକୁ ହରାଇଥିବା ଅମିୟବାଳା ପରିଡା ଯେଉଁ କଷ୍ଟ ଅନୁଭବ କରୁଛନ୍ତି ତାହା ବୟାନ କରିବା କଷ୍ଟ ।

କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅନ୍ତର୍ଗତ ପରିବହନ ଗବେଷଣା ୱିଙ୍ଗ ପକ୍ଷରୁ ପ୍ରକାଶ ପାଇଥିବା ରୋଡ ଆକ୍ସିଡେଂଟ ଇନ ଇଣ୍ଡିଆ-୨୦୧୯ ଅନୁସାରେ ଓଡିଶାରେ ଦିନକୁ ୩୦ରୁ ଅଧିକ ଦୁର୍ଘଟଣା ଘଟୁଛି । ପାଖାପାଖି ୧୫ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି ।

୨୦୧୯ରେ ଓଡିଶାରେ ମଦପିଇ ଗାଡି ଚଲାଇବା ବେଳେ ହୋଇଥିବା ଦୁର୍ଘଟଣାର ପରିସଂଖ୍ୟାନ କହୁଛି
ମୋଟ ଦୁର୍ଘଟଣା-୧୦୬୮
ପ୍ରାଣ ହରାଇଛନ୍ତି-୫୦୭
ମୋଟ ଆହତ-୯୯୮

୨୦୧୯ରେ ଓଡିଶାରେ ଓଭର ସ୍ପିଡିଂ ଡ୍ରାଇଭିଂରେ ହୋଇଥିବା ଦୁର୍ଘଟଣାର ପରିସଂଖ୍ୟାନ କହୁଛି
ମୋଟ ଦୁର୍ଘଟଣା-୭୬୩୨
ପ୍ରାଣ ହରାଇଛନ୍ତି-୩୮୦୮
ମୋଟ ଆହତ-୭୭୩୧

ଏହି ରିପୋର୍ଟ ଅନୁସାରେ, ମଦ୍ୟ ପାନ କରି ଗାଡି ଚଳାଇବା ସମ୍ପର୍କିତ ଦୁର୍ଘଟଣା ମାମଲାରେ ଓଡିଶା ଦେଶରେ ତୃତୀୟ ସ୍ଥାନରେ ରହିଛି । ୨୦୧୯ ମସିହାରେ ଓଡିଶାରେ ମୋଟ ୧୧,୦୬୪ଟି ସଡକ ଦୁର୍ଘଟଣା ଘଟିଛି । ପ୍ରାଣ ହରାଇଛନ୍ତି ୫୩୩୩ଜଣ । ସଡକ ଦୁର୍ଘଟଣାରେ ଓଡିଶା ସମଗ୍ର ଦେଶରେ ୧୨ ନମ୍ବର ସ୍ଥାନରେ ରହିଛି । ବଡ କଥା ହେଲା କରୋନା ସଂକ୍ରମଣରେ ରାଜ୍ୟରେ ୧୫ କିମ୍ବା ତାଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ସରକାର ଏହାକୁ ଯେତିକି ଗୁରୁତ୍ୱ ଦେଉଛନ୍ତି ଦୁର୍ଘଟଣା ମୃତ୍ୟୁକୁ ସେତିକି ଗୁରୁତ୍ୱ ଦେଉନାହାନ୍ତି ।