ତାତିରେ ଆଉଟୁପାଉଟୁ ଓଡ଼ିଶା । ସକାଳୁ ରାତି ଯାଏଁ ଅସମ୍ଭାଳ ସ୍ଥିତି । ୩୦ ତାରିଖ ଯାଏଁ ୧୧ ଜିଲ୍ଳା ପାଇଁ ରେଡ ୱାର୍ଣ୍ଣିଂ ଜାରି ।

212

କନକ ବ୍ୟୁରୋ: ଅସହ୍ୟ ହେଲାଣି ତାତି । ସକାଳୁ ରାତି ଯାଏଁ ଅସମ୍ଭାଳ ଗରମ । ଉପକୂଳ ଠାରୁ ଉପାନ୍ତ ଯାଏଁ ଲାଗି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ । ପାଣିପାଗ ବିଭାଗ ଅନୁସାରେ, ଏବେ ତାତିରୁ ମିଳିବନି ଆଶ୍ୱସ୍ତି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାତି କରିବ କଲବଲ । ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଜି ପାଇଁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, ବୌଦ୍ଧ, ନୂଆପଡ଼ା ଆଦି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଉ ୧୭ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଆହୁରି ଅଧିକ ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହି ଦିନ ୧୮ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, ବୌଦ୍ଧ, ନୂଆପଡ଼ା ସମେତ ସମ୍ବଲପୁର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ବାକି ଜିଲ୍ଲାଗୁଡ଼ିକ ପାଇଁ ଜାରି କରାଯାଇଛି ଅରେଂଜ ୱାର୍ଣ୍ଣିଂ । ସେହିପରି ୨୯ ଓ ୩୦ ତାରିଖରେ ମଧ୍ୟ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ୮ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, ବୌଦ୍ଧ, ନୂଆପଡ଼ା ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ ।