କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ସ୍କୁଲ ଲିଭିଂ ସାର୍ଟିଫିକେଟ ହଜିଗଲେ ଏଣିକି ଆଉ ଛାତ୍ର ଛାତ୍ରୀଙ୍କୁ ହଇରାଣ ହେବକୁ ପଡିବନି । ସତ୍ୟପାଠ ଦାଖଲ କଲେ ତାଙ୍କୁ ସ୍କୁଲ ଲିଭିଂ ସାର୍ଟିଫିକେଟ ବା ଏସଏଲସି ନକଲ ମିଳିପାରିବ । ଏନେଇ ରାଜ୍ୟ ସ୍କୁଲ ଓ ଗଶଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।

Advertisment

ଯଦି ସ୍କୁଲ ଲିଭିଂ ସାର୍ଟିଫିକେଟ ହଜିଯାଏ, ତେବେ ଏଫଆଇଆର ଆଧାରରେ କିମ୍ବା କୈାଣସି କାରଣରୁ ନଷ୍ଟ ହୋଇଗଲେ ଉପଯୁକ୍ତ ପ୍ରମାଣ ସହ ସତ୍ୟପାଠ ଦାଖଲ କଲେ ଏଣିକି ଏସଏଲସିର ନକଲ ମିଳିପାରିବ । ଆମେ ଗତ ତିନି ଦିନ ଧରି ସ୍ମିତାଲିଙ୍କ କାହାଣୀ ଦେଖାଆସିଥିଲୁ । ସ୍ମିତାଲିଙ୍କ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ହଜିବା କାରଣରୁ ସେ ତିନି ବର୍ଷ ହେଲା ପାଠପଢ଼ାରୁ ବଂଚିତ ହୋଇଛନ୍ତି । ସୋମବାର ରମାଦେବୀ କଲେଜରେ ଆଡମିଶନ କରିବାକୁ ଯାଇ ବିଫଳ ହେବା ପରେ ଏହି ଖବର କନକ ନ୍ୟୁଜ ସାମନାକୁ ଆସିଥିଲା । ଏହାପରେ ଗଣଶିକ୍ଷା ମନ୍ତ୍ରୀ,  ସ୍ମିତାଲିଙ୍କୁ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ଦୁଇ ଦିନ ମଧ୍ୟରେ ଦିଆଯିବ ବୋଲି କହିଥିଲେ ।

ଆଉ ଏସବୁ ଭିତରେ ସରକାର ନିୟମରେ ପରିବର୍ତନ କରିଛନ୍ତି । ଏଣିକି ସ୍କୁଲ ଲିଭିଂ ସାର୍ଟିଫିକେଟ ହଜିଗଲେ ଆଉ କ୍ୟାରିୟର ଅଟକିଯିବ ନାହିଁ । ବରଂ ନିୟମ ଅନୁଯାୟୀ ସହଜରେ ଏସଏଲସିର ନକଲ ମିଳିପାରିବ । ଆଶା କରିବା ସରକାର ନିଜ ନିୟମରେ ଯେଉଁ ସଂସ୍କାର ମୂଳକ ପଦକ୍ଷପ ଆଣିଲେ ଏହାଦ୍ୱାରା ସ୍ମିତାଲିଙ୍କ ସମେତ ଅନ୍ୟ ଯେଉଁମାନେ ମଧ୍ୟ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ସେମାନଙ୍କ ସମସ୍ୟାର ସମାଧାନ ହେବ ।