ରାଜ୍ୟରେ ଥମୁନି ଜଙ୍ଗଲ ନିଆଁ । ସୁନ୍ଦରଗଡ ସାରକୁଣ୍ଡା ଜଙ୍ଗଲରେ ଲାଗିଛି ନିଆଁ, ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ।

37

କନକ ବ୍ୟୁରୋ: ଜଳୁଛି ଜଙ୍ଗଲ । ଉପରମୁହାଁ ବନାଗ୍ନି । ଗ୍ରୀଷ୍ମ ପ୍ରବାହ ବଢିବା ସହ ଓଡ଼ିଶାର ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି । ସୁନ୍ଦରଗଡ଼ ସାରକୁଣ୍ଡା ରିଜର୍ଭ ଫରେଷ୍ଟରେ ନିଆଁ ଲାଗିଛି । ବରସୁଆଁ ବନାଂଚଳ ଅଧିନ ସାରକୁଣ୍ଡା ରିଜର୍ଭ ଫରେଷ୍ଟରେ ନିଆଁ ଲାଗିଛି । ନିଆଁର ପ୍ରକୋପ ଏତେ ରହିଛି ଯେ, ଅନେକ ଦୂରରୁ ମଧ୍ୟ ଦାହା ଦୃଶ୍ୟମାନ ହେଉଛି । ନିଆଁ ଲାଗିବା ଯୋଗୁ ସାରକୁଣ୍ଡା ଜଙ୍ଗଲରେ ବହୁ ମୂଲ୍ୟବାନ ଗଛ ସହିତ ଜୀବଯନ୍ତୁ ଏବେ ବିପଦରେ । ନିଆଁ ଲାଗିବା ଫଳରେ ଜଙ୍ଗଲ ନିକଟରେ ଥିବା ଗାଁ ଗୁଡ଼ିକ ମଧ୍ୟ ଧୁଆଁମୟ ହୋଇଛି । ଦୁଇ ଦିନ ହେଲା ଏହି ଜଙ୍ଗଲ ଜଳୁଥିଲେ ମଧ୍ୟ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।