ଅଭିଯୁକ୍ତ ପରିବର୍ତ୍ତେ ନିର୍ଦ୍ଦୋଶଙ୍କୁ ପୋଲିସ୍ ଇଠାଇ ନେବା ଘଟଣା ! ତଦନ୍ତ ନିର୍ଦ୍ଦେଶ ଦେଲେ କଟକ ଡିସିପି

27

କନକ ବ୍ୟୁରୋ : ଅଭିଯୁକ୍ତଙ୍କ ପରିବର୍ତ୍ତେ ଅନ୍ୟଜଣେ ନିର୍ଦ୍ଦୋଶଙ୍କୁ ପୋଲିସ ଉଠାଇ ଆଣିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି । କେଉଁ ପରିସ୍ଥିତିରେ ଏଭଳି ଭୁଲ ହେଲା ଓ କେଉଁ ଅଧିକାରୀମାନେ ଏଥିପାଇଁ ଦାୟୀ, ତାର ଛାନଭିନ କରିବେ ଏସିପି ଅନୀଲ ମିଶ୍ର । ଗତ ରବିବାର ସମୀର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଘରୁ ଉଠାଇ ନେଇଥିଲା ପୋଲିସ ।

ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଭୁଲରେ ତାଙ୍କୁ ଉଠାଇ ଆଣିଥିଲା । ତେବେ ତାଙ୍କର ଦୋଷ କଣ ବୋଲି ସେ ବାରମ୍ବାର ପଚାରିଥିଲେ ମଧ୍ୟ କିଛି ନକହି, ପୋଲିସ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସେ ଅଭିଯୋଗ କରିଛନ୍ତି । ପରେ ଭୁଲ ବ୍ୟକ୍ତିଙ୍କୁ ଧରିଆଣିଥିବା ଜାଣିବା ପରେ ପୋଲିସ ତାଙ୍କୁ ଛାଡିଦେଇଥିଲା ।