ସୁଧୁରୁନି ଇସଲାମାବାଦ ! କଶ୍ମୀରର ପୁଂଛ ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ

26

କନକ ବ୍ୟୁରୋ : ସୁଧୁରୁନି ପାକିସ୍ତାନ । ପୁଣି ଥରେ କରିଛି ଅସ୍ତ୍ରବିରତି ଉଲ୍ଲଂଘନ । ଜମ୍ମୁ କଶ୍ମୀର ପୁଂଛ ସେକ୍ଟରରେ ଗୁଳି ଗୋଳା ସହ ମୋର୍ଟାର ମାଡ କରିଛି ପାକିସ୍ତାନୀ ସେନା । ବିଳମ୍ବିତ ରାତି ପ୍ରାୟ ସାଢେ ୨ଟାରୁ ସକାଳ ସାଢେ ପର୍ଯ୍ୟନ୍ତ ସୀମା ଆରପଟୁ ଗୁଳିମାଡ ଜାରି ରହିଥିଲା । ତେବେ ଭାରତୀୟ ସେନା ଏହାର ପାଲଟା ଜବାବ ଦେଇଛି । ପୁଂଛ ସେକ୍ଟରର ମାନକୋଟ ଅଂଚଳରେ ଗୁଳିମାଡ ଯୋଗୁ ଅଶାନ୍ତ ହୋଇପଡିଛି ସୀମାନ୍ତା ୪୮ ଘଂଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍ ସେନା ।

୨ ଦିନ ତଳେ ଏହି ପୁଂଛ ସେକ୍ଟରରେ ଅତର୍କିତ ଆକ୍ରମଣ କରିଥିଲା ପାକିସ୍ତାନ । ଆଉ ଏଥିରେ ସହିଦ୍ ହୋଇଥିବା ୨ ଜଣ ଭାରତୀୟ ଯବାନଙ୍କ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ କାଟି ନେଇଥିଲେ ପାକିସ୍ତାନୀ ସେନା । ଏହାର ଜବାବରେ ଭାରତୀୟ ସେନା ମଧ୍ୟ ପାଲଟା ଆକ୍ରମଣ କରିଥିଲା । ଏଲଓସି କୃଷ୍ଣା ଘାଟି ସେକ୍ଟରରେ ଥିବା ପାକିସ୍ତାନ ସେନାର ୨ଟି ଆର୍ମି ପୋଷ୍ଟକୁ ଧ୍ୱସ୍ତ କରିଦେଇଥିଲା ସେନା । ଆଉ ଏଥିରେ ୭ ଜଣ ପାକିସ୍ତାନୀ ସେନା ପ୍ରାଣ ହରାଇଥିଲେ ।