ଖୋଲିଲା କେଦାରନାଥ ମନ୍ଦିରର କବାଟ ! ପ୍ରଥମ ଭକ୍ତ ଭାବେ ଦର୍ଶନ ସହ ରୁଦ୍ରାଭିଷେକ କଲେ ପ୍ରଧାନମନ୍ତ୍ରୀ

81

କନକ ବ୍ୟୁରୋ : କେଦାରନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ । ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିରର କବାଟ ଆଜି ଖୋଲିଛି । ଏହାସହ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭକ୍ତ ଭାବେ କେଦାରନାଥ ଦର୍ଶନ କରିଛନ୍ତି । ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ରୁଦ୍ରାଭିଷେକ କରିଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱର ଗସ୍ତ ସମୟରେ ବି ମୋଦି ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ।

ଉତରପ୍ରଦେଶ ନିର୍ବାଚନବେଳେ କାଶୀ ବିଶ୍ୱନାଥ ମନ୍ଦିରରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଦ୍ରାଭିଷେକ କରିଥିଲେ । ୨୦୧୩ରେ ଉତ୍ତରାଖଣ୍ଡ ବନ୍ୟା ପରେ କେଦାରନାଥ ପ୍ରଭାବିତ ହୋଇଥିଲା । କେଦାରନାଥଙ୍କୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆସିବା ବି କମିଯାଇଥିଲା । ଆଜିଠୁ କେଦାରନାଥଙ୍କ ଦର୍ଶନ ଆରମ୍ଭ ହେଉଥିବାରୁ ଦେଶର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଓ ଭକ୍ତ କେଦାରନାଥରେ ପହଂଚିସାରିଛନ୍ତି ।