ହେଲମେଟ ପିନ୍ଧୁ ନଥିବା ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ। ୧୨ ହଜାରରୁ ଅଧିକ ଲାଇସେନ୍ସ ରଦ୍ଦ କଲା ପରିବହନ ବିଭାଗ।

250

କନକ ବ୍ୟୁରୋ: ରାଜ୍ୟ ପରିବହନ ବିଭାଗ ୧୨ ହଜାର ୫ ଶହ ଲାଇସେନ୍ସ ରଦ୍ଦ କରିଛି । ସେହିଭଳି ହେଲମେଟ ନପିନ୍ଧି ଗାଡି ଚଳାଉଥିବା ଚାଳକଙ୍କ ବିରୋଧରେ ୨୪, ୪୭୪ଟି ଇ-ଚାଲାଣ ହୋଇଥିବା ସୂଚନା ଦିଆଯାଇଛି।

ରାଜ୍ୟ ପରିବହନ ପ୍ରାଧୀକରଣ (ଏସଟିଏ) ସାରା ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଜାରିରଖିଥିଲା । ଯେଉଁଥିରେ ଦୁଇଚକିଆ ଯାନର ଚେକିଂ ହେଉଥିଲା । ଚାଳକମାନେ ହେଲମେଟ ନପିନ୍ଧି ଗାଡିଚଳାଇବା ପରେ ସେମାନଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅଭିଯାନ ବେଳେ ୬୩.୯୮ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଆଦାୟ ହୋଇଛି । ୮୮୮ଟି ଗାଡିକୁ ଜବତ କରାଯାଇଛି ଯାହାର କୌଣସି କାଗଜପତ୍ର ସମ୍ପୃକ୍ତି ବ୍ୟକ୍ତିଙ୍କ ପାଖରେ ନଥିଲା । ଅତିରିକ୍ତ ପରିବହନ କମିଶନ ଲାଲମୋହନ ସେଠୀ ଏନେଇ ସୂଚନା ଦେଇଛନ୍ତି ।