ଭୁଷୁଡୁଛି ଚୀନର କର୍ପୋରେଟ କ୍ଷେତ୍ର। କୋଭିଡ୍ ନୀତି ଏବଂ ରିଅଲ ଇଷ୍ଟେଟ ସଙ୍କଟ ବଡ କାରଣ।

106

କନକ ବ୍ୟୁରୋ: ବେଜିଂରେ ଜିରୋ କୋଭିଡ୍ ନୀତି ଏବଂ ରିଅଲ ଇଷ୍ଟେଟ ସଙ୍କଟ ଯୋଗୁ ଚୀନର ଅନେକ କମ୍ପାନୀ ଉପରେ ଏହାର ପ୍ରଭାବ ପଡୁଛି । ବର୍ତ୍ତମାନ ଦେଶରେ ରୋଜଗାରର ସବୁଠାରୁ ଖରାପ ସ୍ଥିତି ଜାରି ରହିଛି ।ଗୋଟିଏ ରିପୋର୍ଟ ଅନୁସାରେ ସାଂଘାଇ, ସେନଜେନ ଏବଂ ବେଜିଂରେ ତାଲିକାଭୁକ୍ତ ହୋଇଥିବା ୪ ହଜାର ୮ ଶହରୁ ଅଧିକ କମ୍ପାନୀ ବର୍ଷର ପ୍ରଥମାର୍ଦ୍ଧର ଆୟର ତାଲିକା ଦେଇଛନ୍ତି । ଯେଉଁଥିରେ ସେମାନଙ୍କ ସ୍ଥିତି ଦୟନୀୟ ରହିଛି ।
ୱିଣ୍ଡ ଏବଂ ଚଏସର ରିପୋର୍ଟ ଅନୁସାରେ ଲୋକଙ୍କ ଲାଭ ୫୩ ପ୍ରତିଶତ ହ୍ରାସ ପାଇଛି । ଦେଶର ଏହି ଦୁଇ ସୂଚନା ପ୍ରଦାନକାରୀ ସଂସ୍ଥା ଏହିଭଳି ତଥ୍ୟ ପ୍ରକାଶ କରିଛନ୍ତି । ୨୦୨୦ ମସିହାରେ ଯେଉଁସ୍ଥିତି ଚାଇନାରେ ଥିଲା ଠିକ ସମାନ ସ୍ଥିତି ମଧ୍ୟ ବର୍ତ୍ତମାନ ରହିଛି । ୫୪ ପ୍ରତିଶତ ତାଲିକା ଭୁକ୍ତ କମ୍ପାନୀର ଲାଭ ପ୍ରଥମ ଛଅମାସରେ ହ୍ରାସପାଇଛି । ତେବେ ଅନ୍ୟ ଏକ ତଥ୍ୟ ଅନୁସାରେ ଚଳିତ ବର୍ଷରେ ପ୍ରଥମାର୍ଦ୍ଦରେ ସ୍ଥିତି ଖରାପ ଥିଲା କମ୍ପାନୀ ଗୁଡିକ ରେକର୍ଟ ୯୦୦ କୋଟିର କ୍ଷତି ସହିଥିଲେ । ୨୦୨୦ରେ ଏହା ୭୮୦ କୋଟି ଟଙ୍କା ଥିଲା

ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିରେ ଏଭଳି ଘଟିବା ସାରା ବିଶ୍ୱରେ ପ୍ରଭାବ ପକାଇପାରେ । ଚାଇନାର କମ୍ପାନୀ ଗୁଡିକ ବିଶ୍ୱ ବଜାରରେ ଦ୍ରବ୍ୟ, ପ୍ରଯୁକ୍ତିବିଦ୍ୟା ଭଳି ବଡ ବଡ ଦ୍ରବ୍ୟର କ୍ରେତା । ତେଣୁ ଏଭଳି ସ୍ଥିତି ଯୋଗୁ ଚାଇନାର କମ୍ପାନୀ ଯଦି ଏହି ଜିନିଷ ନକିଣନ୍ତି ତେବେ ସାରା ବିଶ୍ୱରେ ଏହାର ପ୍ରଭାବ ପଡିବ । ତେବେ ଚୀନର ଏହ୍ ସଙ୍କଟ ପାଇଁ କେବଳ କଠୋର କୋଭିଡ୍ ନୀତି ବୋଲି ବିଶେଷଜ୍ଞ ଦାୟୀ କରିଛନ୍ତି ।