ନବୀନଙ୍କ ନୂଆ ଟିମର ଶପଥ ସମାରୋହ: ମନ୍ତ୍ରୀମଣ୍ଡଳରେ ପ୍ରଥମେ ଶପଥ ନେଲେ ଜଗନ୍ନାଥ ସାରକା ।

153

କନକ ବ୍ୟୁରୋ: ବିଷମକଟ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଜଗନ୍ନାଥ ସାରକା ନବୀନଙ୍କ ନୂଆ ଟିମ୍ ର ପ୍ରଥମ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।

୨୦୧୪ରେ ପ୍ରଥମଥର ପାଇଁ ବିଷମକଟକ ବିଧାନସଭା କ୍ଷେତ୍ରରୁ ବିଧାୟକଭାବେ ନିର୍ବାଚିତ ହୋଥିଲେ ଜଗନ୍ନାଥ ସାରକା । ଆଉ ପୂର୍ବରୁ ନବୀନଙ୍କ ଚତୁର୍ଥ ପାଳିର ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରପାହ୍ୟା ପାଇଥିଲେ ଜଗନ୍ନାଥ ସାରକା । ତେବେ ପ୍ରଥମ ଥର ପାଇଁ କ୍ୟାବିନେଟ ପାହ୍ୟା ପାଇ ମନ୍ତ୍ରୀପଦ ଶପଥ ନେଉଛନ୍ତି ସରକା ।