ମୁଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ… ଇଶ୍ୱରଙ୍କ ନାଁରେ ଶପଥ ନେଉଛି…

104

କନକ ବ୍ୟୁରୋ: ନବୀନଙ୍କ ନୂଆ ଟିମରେ ମନ୍ତ୍ରୀ ଭାବେ ଶପଥ ନେଲେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜା ସ୍ୱାଇଁଙ୍କୁ ନବୀନ ନିଜ ନୂଆ ମନ୍ତ୍ରୀମଣ୍ଡଳରେ ପୁଣି ଥରେ ରିପିଟ୍ କରିଛନ୍ତି । ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇ ସମବାୟ ଦାୟିତ୍ୱ ତୁଲାଇଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୁଣି ଥରେ କ୍ୟାବିନେଟରେ ସାମିଲ କରିଛନ୍ତି ନବୀନ । ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।