ବାଂଲାଦେଶରେ ବଡ ଦୁର୍ଘଟଣା । ଚଟଗାଓଁ କଣ୍ଟେନର ଡିପୋରେ ଲାଗିଲା ନିଆଁ । ଜଳିଗଲେ ୨୦ କର୍ମଚାରୀ, ୪୫୦ରୁ ଅଧିକ ଗୁରୁତର

89

କନକ ବ୍ୟୁରୋ: ଶନିବାର ବିଳମ୍ବିତ ରାତିରେ ବାଂଲାଦେଶ ଚଟଗାଓଁରେ ବଡ ଧରଣର ଦୁର୍ଘଟଣା ଘଟିଛି । ଏଠିକାର ସୀତାକୁଣ୍ଡ ଉପଜିଲ୍ଲା ଏକ ଘରୋଇ ଇନଲ୍ୟାଣ୍ଡ କଣ୍ଟେନର ଡିପୋରେ ବିସ୍ଫୋରଣ ଘଟି ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୦ ଜଣ କର୍ମଚାୀଙ୍କ ମୃତ୍ୟୁ ହୋଇଥିବାବେଳେ ୪୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।

ଚଟଗାଓଁ ମେଡିକାଲ କଲେଜର ଉପନିର୍ଦ୍ଦେଶକଙ୍କ କହିବା ମୁତାବକ, ସକାଳ ସାଢେ ୧୦ଟା ସୁଦ୍ଧା ୨୦ଜଣଙ୍କ ମୃତ୍ୟୁ ହୋଇସାରିଛି । ନିଆଁରେ ସେମାନଙ୍କ ଶରୀର ଗୁରୁତର ଭାବେ ପୋଡିଯାଇଥିଲା । ଏଥିରେ ୪୫୦ରୁ ଅଧିକ କର୍ମୀ ଆହତ ହୋଇଛନ୍ତି ଯେଉଁଥିରୁ ୩୫୦ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଇନଟେନ୍ସିଭ କେୟାରରେ ରଖାଯାଇଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହି ଦୁର୍ଘଟଣା ଡିପୋରେ କେମିକାଲ ଯୋଗୁଁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । କଣ୍ଟେନର ଗୁଡିକରେ କେମିକାଲ ଭର୍ତ୍ତି କରି ରଖାଯାଇଥିବାରୁ ନିଆଁ ଗୋଟିଏ କଣ୍ଟେନରରୁ ଆଉ ଗୋଟେ କଣ୍ଟେନରୁ ବ୍ୟାପୀଯାଇଥିଲା । ଫଳରେ ଏହାକୁ ନିୟନ୍ତ୍ରଣ ରିବା କଷ୍ଟକର ହୋଇଥିଲା ବୋଲି କୁହାଯାଇଛି ।