କୋରାପୁଟ ଜିଲ୍ଲା ଉପାଗୁଡା ପଂଚାୟରେ ୨୫ ଫୁଟ ଉଚ୍ଚର ସିଢି ଚଢିଲେ ପିଲାଙ୍କୁ ମିଳୁଛି ପାଠ : ୪ ବର୍ଷ ହେଲା ଅଧପନ୍ତରିଆ ହୋଇ ରହିଛି ପୋଲ ନିର୍ମାଣ

45

କନକ ବ୍ୟୁରୋ : ଶିଡି ଚଢିଲେ ମିଳୁଛି ପାଠ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ପାଠ ପଢିବାକୁ ପିଲାଙ୍କୁ ପ୍ରତିଦିନ ଚଢିବାକୁ ପଢୁଛି ୨୫ ଫୁଟ୍ ଉଚ୍ଚର ଶିଡି । ସ୍କୁଲ ପିଲାଙ୍କ ଏପରି ବିପଦ ସଙ୍କୁଳ ସ୍କୁଲ ଯାତ୍ରା ଦେଖିବାକୁ ମିଳିଛି କୋରାପଟୁ ଜିଲ୍ଲା ଲମତାପୁଟ ବ୍ଳକ ଉପାଗୁଡ଼ା ପଚାଂୟତରେ । ସ୍କୁଲ ପିଲା ସବୁ ଦିନ ଏହି ୨୫ ଫୁଟ ଉଚ୍ଚର ଶିଡି ଚଢି ମାଟମପୁଟ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଛନ୍ତି  ।

ବର୍ଷା ହେଲେ ସ୍କୁଲ ଯିବା ବନ୍ଦ ରହୁଛି । ଇଛା ଥିଲେ ମଧ୍ୟ ପାଠ ପଡ଼ିବାକୁ ଯାଇପାରୁନାହାନ୍ତି ଛାତ୍ରଛାତ୍ରୀ । ଆଗକୁ କିଛି ସୁବିଧା ନ ହେଲେ ଆଉ ପାଠ ପଡ଼ିବୁ ନାହିଁ ବୋଲି କହିଛନ୍ତି ଉପାଗୁଡ଼ାର କୁନି କୁନି୍ ଝିଅମାନେ । ସିଡ଼ିରେ ଯାତାୟାତ କରି ଭୟକୁ ଗୋଟିଏ ପ୍ରକାର ଭୁଲି ଗଲାଣି । କାଠରେ ତିଆରି ହୋଇଥିବା ଏହି ସିଡ଼ିରେ ଲାଗିଛି କେତୋଟି ଲୁହା କଂଟା ଯାହାକି ସମସ୍ତଙ୍କ ଭାରକୁ ବୋହୁଛି । କେତେବେଳେ ଯେ କ’ଣ ହେବ ତାହା କାହାରିକୁ ଜଣାନାହିଁ । ପାଗୁଡାରୁ ମାଟମପୁଟ ଗାଁ ମଝିରେ ପଡୁଛି ଏକ ନଦୀ ।

ନଇପାର ହେଲେ ସ୍କୁଲ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ହେବ । ଏହି ନଈରେ ଯାତାୟତ ସୁବିଧା ପାଇଁ ପୋଲ ତିଆର ଚାଲିଛି । ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ପୋଲ ୪ ବର୍ଷ ପରେ ବି ଅଧପନ୍ତରିଆ ହୋଇ ପଡିରହିଛି । ଫଳରେ ଅର୍ଧ ନିର୍ମିତ ପୋଲ ଉପରକୁ ଉଠିବା ପାଇଁ ଲୋକେ ନିଜସ୍ୱ ଉଦ୍ୟମରେ ତିଆରି କରିଛନ୍ତି ୨୫ ଫୁଟ ଉଚ୍ଚର ଶିଡି । ନଈ ପାର ହେବା ପାଇଁ ଏହି ଶିଡି ଉପାଗୁଡା ପଂଚାୟତର ୭ଟି ଗାଁର ଲୋକଙ୍କ ଏକମାତ୍ର ସାହା ଭରସା । ସେ ସ୍କୁଲ ପିଲା, ବୃଦ୍ଧ ବୃଦ୍ଧା ଅବା ରୋଗୀ କି ଗର୍ଭବତୀ ମହିଳା । ସମସ୍ତଙ୍କ ଯାତାୟତର ଏକମାତ୍ର ମାଧ୍ୟମ ହେଉଛି ହାତରେ ତିଆରି ଶିଢି ।