ଲୋକଙ୍କୁ ଘାରିଛି ଅଜବ ନିଶା ! ଚଳନ୍ତା କାରରୁ ବାହାରି କରୁଛନ୍ତି ଡ୍ୟାନ୍ସ ।

35

ଇଣ୍ଟରନେଟରେ ଯେତେବେଳେ ବି ଜଣେ କିଛି ନୂଆ ଧରଣର ଭିଡିଓ ଅପଲୋଡ୍ କରି ଭାଇରାଲ୍ ହୁଏ ଲୋକ ମଧ୍ୟ ଏହି ଭିଡିଓକୁ କପି କରିବାରେ ଲାଗି ପଡନ୍ତି ଏବଂ ସମାନ ଭାବରେ ନିଜେ ମଧ୍ୟ ଏଭଳି ଭିଡିଓ କରନ୍ତି । ତେବେ ଇଣ୍ଟରନେଟରେ ଆଉ ଏକ ଅଜବ ଟ୍ରେଣ୍ଡ ଏବେ ଲୋକଙ୍କୁ ପାଗଳ କରିଛି । ହଜାର ହଜାର ଲୋକ ଏବେ ଇଣ୍ଟରନେଟରେ ଏଭଳି ଭିଡିଓ ପୋଷ୍ଟ୍ କରୁଛନ୍ତି । ଯେଉଁଥିରେ ଚଳନ୍ତା କାରରୁ ଓହ୍ଲାଇ ଲୋକ ଡ୍ୟାନ୍ସ କରୁଛନ୍ତି । ତେବେ ଚାଲେଞ୍ଜ ନାମରେ ଏହା ଖୁବ୍ ଭାଇରାଲ୍ ହେଉଛି ।

ସର୍ବପ୍ରଥମେ ସିଗଗି ନାମକ ଜଣେ କମେଡିଆନ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପ୍ରଥମେ ଏଭଳି ଏକ ଭିଡିଓ ପୋଷ୍ଟ କରିଥିଲେ ଯାହାକୁ ସେ #KikiChallenge  ନା ଦେଇ ପୋଷ୍ଟ୍ କରିଥିଲେ । କିନ୍ତୁ ସେ ନିଜେ କାର୍ ଭିତରେ ବସି କେବଳ ଗୀତ ମାଧ୍ୟମରେ ଏହାର ଚ୍ୟାଲେଞ୍ଜ ଦେଇଥିଲେ । ଯାହାକୁ ତାଙ୍କ ପ୍ରଶଂସକମାନେ ଆଉ ଟିକେ ଆଗକୁ ନେଇଗଲେ ଏବଂ ସିଧା ଗାଡିରୁ ବାହାରି ବିପଦପୂର୍ଣ୍ଣ ଭାବେ ଡ୍ୟାନ୍ସ କରୁଛନ୍ତି । ତେବେ ଅଧିକାଂଶ ଝିଅ ଏହି ଟ୍ରେଣ୍ଡରେ ପାଗଳ ପ୍ରାୟ ହୋଇଯାଇଛନ୍ତି । କିଛି ଚଳନ୍ତା ଗାଡିରୁ ବାହାରିଲା ବେଳେ ତଳେ ପଡିଯିବାର ଖବର ମଧ୍ୟ ଆସିଥିଲା । ତେବେ ବିଦେଶରେ ଏହି ଭିଡିଓର ଟ୍ରେଣ୍ଡ ଭାଇରାଲ୍ ହୋଇଥିବାବେଳେ ଏବେ ଭାରତ ଏବଂ ଓଡିଶାରେ ମଧ୍ୟ ଧିରେ ଧିରେ ଯୁବପିଢି ଏହି ବିପଦପୂର୍ଣ୍ଣ ଷ୍ଟଣ୍ଟକୁ କରିବାରେ ଲାଗି ପଡିଛନ୍ତି । ତେବେ ପୋଲିସ୍ ତରଫରୁ ଏଭଳି ଭିଡିଓ କରିବାକୁ ବାରଣ କରାଯାଇଛି । କିଛି ସ୍ଥାନରେ ଲୋକଙ୍କୁ ଗିରଫ ମଧ୍ୟ କରାଯାଉଛି ।