ଭୂତକୋଠି ପାଲଟିଛିି ଜଳସେଚନ ବିଭାଗ କାର୍ଯ୍ୟାଳୟ: କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିଲା ନିର୍ମାଣ

132

କନକ ବ୍ୟୁରୋ: ଭୁତକୋଠି ପାଲଟିଛିି ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଂଚଳ ଜଳସେଚନ ବିଭାଗର ଭିଜନ୍ – ୨ କାର୍ଯ୍ୟାଳୟ । କୋଟି କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ହୋଇଥିବା ଏହି କାର୍ଯ୍ୟାଳର ରକ୍ଷଣାବେକ୍ଷଣ ଅଭାବରୁ ଜରାଜିର୍ଣ୍ଣ ହୋଇପଡିରହିଛି । କାର୍ଯ୍ୟାଳୟ ପରିସରରେ ଗଛଲତା ଉଠି ଜଙ୍ଗଲ ପରି ଦେଖାଯାଉଥିବା ବେଳେ ଛାତ ଏବଂ କାନ୍ଥରେ ଉଠିଛି ବଡବଡ ଗଛ । ଯେଉଁଠି ଦିନେ ଅଫିସ ଚାଲୁଥିଲା ସେଠି ଆଜି ବୁଲୁଛନ୍ତି ବିଶଧର ସାପ । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକରେ ଜଳସେଚନର ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାୟ ୨୧ ବର୍ଷପୁର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ଗରଦପୁର ଗାଁରେ ଜଳସେଚନ ବିଭାଗର କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା । ଦିର୍ଘଦିନ ହେବ ପରିତ୍ୟକ୍ତ ଅବସ୍ଥାରେ ବନ୍ଦହୋଇ ପଡିଥିବା ଏହି କାର୍ଯ୍ୟାଳୟ ଏବେ ପାଲଟିଛି ଭୁତକୋଠି । ଡିଭିଜନ୍ କାର୍ଯ୍ୟାଳୟ ଗୃହ ଏବେ ବିପଦସଙ୍କୁଳ ଅବସ୍ଥାରେ ଛିଡା ହୋଇଥିବା ବେଳେ ଗୃହର ଛାତ ଉପରେ ବଡବଡ ଗଛ ଉଠି କାନ୍ଥସବୁ ଫାଟିଗଲାଣି । ଛାତରୁ କଂକ୍ରିଟ୍ ସ୍ଲାବ ଖସୁଥିବା ବେଳେ କାର୍ଯ୍ୟାଳୟ ପରିସରରେ ଗତଛଲତା ଉଠି ଜଙ୍ଗଲ ହୋଇଗଲାଣି । ଷ୍ଟାଫ୍ଙ୍କ ରହିବାପାଇଁ ନିର୍ମାଣ ହୋଇଥିବା କ୍ୱାଟରେର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛଇ । କ୍ୱାର୍ଟର ଗୁଡିକ ଭାଙ୍ଗିରୁଜି ଯାଇଥିବାବେଳେ କବାଟ ଝରକା ଭାଙ୍ଗିରୁଜି ଯାଇଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି କାର୍ଯ୍ୟାଳୟଟି କଣ ପାଇଁ ବନ୍ଦ ହୋଇପଡ଼ିରହିଛି ତାକୁ ନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ ।